Non- Vegetarian

ଅଣ୍ଡା ଭୂଜିଆ

ଉପକରଣ – ଅଣ୍ଡା-୮ଟା, ଗାଜର-୨ଟା, ବିଲାତି ବାଇଗଣ-୨ଟା, କଞ୍ଚାଲଙ୍କା-୬ଟା ପିଆଜ-୪ଟା, ତେଲ-୧ କପ, ମଟର ଛୁଇଁ ମଞ୍ଜି -୧ କପ ଓ ଆବଶ୍ୟକ ଅନୁସାରେ ଲୁଣ ଏବଂ ହଳଦି ନେବେ ।

ପ୍ରସ୍ତୁତି – ଗାଜର, ପିଆଜ, କଞ୍ଚାଲଙ୍କା ଓ ବିଲାତି ବାଇଗଣକୁ ଛୋଟ ଛୋଟ କରି କାଟି ଅଲଗା ରଖିବେ । ମଟର ଛୁଇଁ ମଞ୍ଜିକୁ ସିଝାଇ ଦେବେ । ଗରମ ତେଲ କରେଇରେ ପିଆଜ ଓ କଞ୍ଚାଲଙ୍କା ଭଲ ଭାବରେ ଭଜା ହେବ । ପିଆଜ ଲାଲ ହୋଇଗଲେ ସେଥିରେ ମଟର ଛୁଇଁ ମଞ୍ଜି, ଗାଜର କଟା କଟା ବିଲାତି ବାଇଗଣ, ଓ ହଳଦି ପକାଇ ଭଲ କରି ଭଜା ହେବ । ଏହା ଭାଜିକି ସେଥିରେ ଅଣ୍ଡାକୁ ଭାଙ୍ଗି ଫେଣ୍ଟି ପକାଇବେ । ଅଣ୍ଡା ଭାଜି ହୋଇଗଲେ ଏଥିରେ ଗୋଳମରିଚ ଗୁଣ୍ଡ ଦେଇ ପରିବେଷଣ କରିବେ ।

Leave a Reply

error: Content is protected !!