Non- Vegetarian

ଅଣ୍ଡା ମସଲା

ଉପକରଣ – ଅଣ୍ଡା-୮ଟି, ନଡ଼ିଆ କୋରା-୨ଟା ବଡ଼ ଚାମୁଚ, ପୋସ୍ତ-୨ ଚାମୁଚ, ଚିନା ବାଦାମ ମଞ୍ଜି -୨ ବଡ଼ ଚାମୁଚ, ପିଆଜ-୬ଟା, ତେଲ-୪ଚାମୁଚ, ଦହି-୨କପ, ଅଦା – ୧ ଚାମୁଚ, ରସୁଣ-୧ ଚାମୁଚ, ଆବଶ୍ୟକ ଅନୁସାରେ ଗରମ ମସଲା, ଲୁଣ, ହଳଦି ଗୁଣ୍ଡ ଓ ଲଙ୍କା ନେବେ ।

ପ୍ରସ୍ତୁତି – ପ୍ରଥମେ ନଡ଼ିଆ କୋରା, ବାଦାମ ମଞ୍ଜି ଓ ପୋସ୍ତ ଏକାଠି ଭଲ କରି ବଟା ହେବ । ଗରମ ତେଲରେ ପିଆଜ, ଅଦା ଓ ରସୁଣକୁ ଭଲ କରି ଭାଜି ଦେବେ । ଏହା ଲାଲ ହୋଇଗଲେ ଦହି, ଲଙ୍କା, ହଳଦି ଗୁଣ୍ଡ, ବଟା ନଡ଼ିଆ, ପୋସ୍ତ ଓ ବାଦାମ ମଞ୍ଜି ପକେଇ ଦେବେ । ଏହାକୁ କଷି ସେଥିରେ ୨କପ ପାଣି ଦେଇ ଭଲ କରି ଫୁଟାଇ ଦେବେ । ସିଝା ଅଣ୍ଡାରୁ ଖୋଳପା ଛଡ଼ାଇ ଏହାକୁ ଦରକାର ମୁତାବକ କାଟି ସେଥିରେ ପକାଇ ଭଲ କରି ଭାଜି ଦେବେ । ଏହା ପ୍ରସ୍ତୁତ ହୋଇଗଲେ ତଳକୁ ଓହ୍ଲାଇ ଦେବେ । ଏଥର ଅଣ୍ଡା ମସଲା ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!