Non- Vegetarian

ଅଣ୍ଡା ତଡ଼କା

ଉପକରଣ – ଅଣ୍ଡା-୪ଟା, ବୁଟ ଡ଼ାଲି-୨କପ, ବିରି ଢ଼ାଲି-୨କପ, କଞ୍ଚା ପିଆଜ –୪ଟା, ଅଦା-୨ ଇଞ୍ଚର ଖଣ୍ଡେ, କଞ୍ଚାଲଙ୍କା-୮ଟା, ବଡ଼ ବିଲାତି ବାଇଗଣ-୪ଟା, ଧନିଆ ପତ୍ର –୧. ବିଡ଼ା, ରସୁଣ-୪ଟି କୋଲା, ଆବଶ୍ୟକ ଅନୁସାରେ ଲୁଣ, ହଳଦି ଓ ପାଣି ନେବେ ।

ପ୍ରସ୍ତୁତି – ପ୍ରଥମେ ବୁଟ ଡ଼ାଲି ଓ ବିରି ଡ଼ାଲିକୁ ଲୁଣ, ହଳଦି ଏବଂ ପାଣି ଦେଇ ସିଝାଇ ଦେବେ । ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା, ବିଲାତି ବାଇଗଣ ଓ ଧନିଆ ପତ୍ରକୁ ଛୋଟ ଛୋଟ କରି କାଟି ଦେବେ । ଅଣ୍ଡାକୁ ଭାଙ୍ଗି ଭଲ କରି ଫେଣ୍ଠି ରଖିବେ । ଗରମ ତେଲରେ ପିଆଜକୁ ଭଲ କରି ଭାଜି ଦେବେ । ପିଆଜ ଲାଲ ହୋଇ ଗଲେ । ଏଥିରେ ଅଦା, ରସୁଣ, ବିଲାତି ବାଇଗଣ, କଞ୍ଚାଲଙ୍କା ଓ ଧନିଆ ପତ୍ର ପକାଇ ଭାଜି ଦେବେ । ତା’ପରେ ସେଥିରେ ଅଣ୍ଡା ଫେଣ୍ଟା ପକାଇ ଭାଜି, ଛୋଟ ଛୋଟ କରିଦେବେ । ଏହା ଭଜା ସରିବା ପରେ ଏଥିରେ ଆଗରୁ ପ୍ରସ୍ତୁତ ଥିବା ସିଝା ବୁଟ ଓ ବିରି ଡ଼ାଲିକୁ ପକାଇ ଭଲ କରି ଗୋଳାଇ ଦେବେ । ଏହା ପ୍ରସ୍ତୁତ ହୋଇଗଲେ ଆବଶ୍ୟକ ପରିମାଣରେ ଜିରା, ଲଙ୍କା ଗୁଣ୍ଡ ଓ ଲୁଣ ପକାଇବେ । ଏଥର ଅଣ୍ଡା ତଡ଼କା ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!