Non- Vegetarian

ଛତୁ ଓ ଚିକେନ୍

ଉପକରଣ -୪କପ-କଟା ଚିକେନ୍, ୮ ଚାମୁଚ-ମଇଦା, ୪ଚାମୁଚ-ଗୋଲ କଟା ପିଆଜ, ୬ଚାମୁଚ-ବଟର, ଆବଶ୍ୟକ ପରିମାଣରେ ଲୁଣ, ବିଲାତି ସସ୍, ହଳଦି, ଲଙ୍କା ଗୁଣ୍ଡ ଓ ଚିଲି ସସ୍ ନେବେ ।

ପ୍ରସ୍ତୁତି – ଗରମ କରେଇରେ ବଟର ପକାଇ ଛତୁ ଓ ପିଆଜକୁ ଭାଜନ୍ତୁ । ଛତୁରୁ ପାଣି ମରିଯିବା ପରେ ସେଥିରେ ଚିକେନ୍ ଖଣ୍ଡକୁ ପକାନ୍ତୁ । ଅନ୍ୟ ଏକ ପାତ୍ରରେ ଅଳ୍ପ କିଛି ବଟର ଓ ମଇଦାକୁ ମିଶାଇ ଭଲ ଭାବରେ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଚିକେନ୍ ପାତ୍ରରେ ଏହାକୁ ପକାଇ ସିଝାନ୍ତୁ । ଏଥିରେ ଆବଶ୍ୟକ ପରିମାଣରେ ଲୁଣ, ସସ୍, ହଳଦି ଓ ଲଙ୍କା ଗୁଣ୍ଡ ପକାନ୍ତୁ । ଏହା ପ୍ରସ୍ତୁତ ହୋଇଗଲେ ଓହ୍ଲାଇ ଦିଅନ୍ତୁ । ଏଥର ଛତୁ ଓ ଚିକେନ୍ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!