Non- Vegetarian

ଚିକେନ୍ ଷ୍ଟ୍ର

ଉପକରଣ – ଚିକେନ-ଦେଢ଼ କିଲୋ, ଚିକେନ୍ ଷ୍ଟକ-ତିନି କପ, ଲହୁଣୀ କିମ୍ବା ଘିଅ – ୧୫୦ ଗ୍ରାମ୍, ଆଲୁ-୪ଟା, ଗାଜର-୪ଟା, ସିମଲା ଲଙ୍କା-୪ଟା, ଗୋଲ ମରିଚ ଗୁଣ୍ଡ ଏକ ଚାମୁଚ, ଦୁଧ-2 କପ, ପିଆଜ-୮ଟା, ଲବଂଗ-୮ଟା, ତେଜ ପତ୍ର-୪ଟା, ହଳଦି ଗୁଣ୍ଡ – ଏକ ଚାମୁଚ, ଲୁଣ- ଏକ ଚାମୁଚ, ମାଂସ ମସଲା-ଏକ ଚାମୁଚ ଓ ମଇଦା-୪ଟେବୁଲ ଚାମୁଚ ନେବେ ।

ପ୍ରସ୍ତୁତ- ଗରମ ଲହୁଣୀ ବା ଘିଅରେ ଚିକେନ୍ ପକାଇ ୧୦ ମିନିଟ ଭାଜି ଦେବା ଆଳୁ ଓ ଗାଜରକୁ ଛୋଟ ଛୋଟ କରି କାଟି ତାକୁ ଘିଅରେ ଭାଜି ବା ଛାଣି ରଖନ୍ତୁ । ପିଆଜ ଓ ସିମଲା ଲଙ୍କାକୁ ଛୋଟ ଛୋଟ କାଟିଦିଅନ୍ତୁ । ଗରମ ଡେକଚିରେ ଲଙ୍କା, ପିଆଜ, ଲବଂଗ ଓ ତେଜପତ୍ର ପକାଇ ଭାଜନ୍ତୁ । ଏହା ଭଜା ହୋଇଗଲା ପରେ ହଳଦି ଗୁଣ୍ଡ, ମିଟ୍ ମସଲା ଓ ଷ୍ଟକ ପକାଇ ଫୁଟାନ୍ତୁ । ଏହା ଫୁଟିଲେ। ସେଥିରେ ଭଜା ହୋଇଥିବା ଚିକେନ୍, ଆଳୁ, ଗାଜର ଓ ଦରକାର ଅନୁସାରେ ଲୁଣ ପକାନ୍ତୁ । ମଇଦାରେ ଦୁଧକୁ ଗୋଳାଇ ରଖନ୍ତୁ । ଚିକେନ ସିଝି ଯିବା ପରେ ଘୋଡ଼ଣୀ ଖୋଲି ଦେଇ ତା’ ମଧରେ ଏହି ଦୁଧ ମଇଦା ପକାଇ ଦିଅନ୍ତୁ । ଏହା ଭଲ କରି ଘାଣ୍ଠି ଫୁଟିଗଲେ ଗରମ ମସଲା ଓ ଗୋଲମରିଚ ଗୁଣ୍ଡ ଦେଇ ଓହ୍ଲାଇ ଦିଅନ୍ତୁ । ଏଥର ଚିକେନ୍ ଷ୍ଟ୍ର ପ୍ରସ୍ତୁତ

Leave a Reply

error: Content is protected !!