Non- Vegetarian

ଚିଲି ମାଛ

ଉପକରଣ – ବଡ଼ ମାଛ– ୧୦ ପିସ୍, ପିଆଜ-୪ଟା, ସିମଲା ଲଙ୍କା-୪ଟା, କଞ୍ଚାଲଙ୍କା – ୧୪ଟା, କଟା ଅଦା-୨ ଚାମୁଚ, କଟା ରସୁଣ-୪ଚାମୁଚ, କର୍ଣ୍ଣ ଫୋର-୪ ଚାମୁଚ, ମଇଦା – ୪ଚାମୁଚ, ବଟା ରସୁଣ-୨ ଚାମୁଚ, ଚିଲି ସସ୍-୫ଚାମୁଚ, ସୋୟା ସସ୍-୪ଚାମୁଚ, ବିଲାତି ସସ୍-୮ ଚାମୁଚ, ଧନିଆ ପତ୍ର-୨ବିଡ଼ା, ଗୋଲମରିଚ ଗୁଣ୍ଡ-୨ ଚାମୁଚ, ଲଙ୍କା ଗୁଣ୍ଡ-୨ ଚାମୁଚ, ଆବଶ୍ୟକତା ଅନୁଯାୟୀ ତେଲ, ଲୁଣ, ହଳଦି ଓ ଚାଇନା ଲୁଣ ନେବେ ।

ପ୍ରସ୍ତୁତି – ପ୍ରଥମେ ମାଛକୁ ଭଲ ରୂପେ ଧୋଇ କାତି ବାହାର କରିଦିଅନ୍ତୁ । ଏଥିରେ ଅଦା, ରସୁଣ ବଟା, କର୍ଣ୍ଣ ଫୋର, ମଇଦା, ଲଙ୍କା ଗୁଣ୍ଡ, ଦୁଇ ଚାମୁଚ ଚିଲି ସସ୍, ସୋୟା ସସ୍ ଓ ବିଲାତି ସସ୍ ମିଶାଇ ଅଧ ଘଣ୍ଟା ରଖି ଦିଅନ୍ତୁ ।ପିଆଜ, ସିମଲା ଲଙ୍କା ଓ ଧନିଆ ପତ୍ରକୁ ସରୁ ସରୁ କାଟି ଦିଅନ୍ତୁ । କମ ଆଞ୍ଚରେ ମାଛକୁ ଛାଣି ରଖନ୍ତୁ । ଗରମ ତେଲରେ ପିଆଜକୁ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହା ଠିକ୍ ଭାଜି ହୋଇଗଲେ ସେଥିରେ ସିମଲା ଲଙ୍କା, ଅଦା ଓ ରସୁଣକୁ କାଟି ପକାଇ ଭାଜନ୍ତୁ । ଏହା ସଂପୂର୍ଣ୍ଣ ଭାଜି ଲାଲ ହୋଇ ଆସିଲେ, ସେଥିରେ ମାଛ, ବଳକା ସସ୍, ଗୋଟା କଞ୍ଚା ଲଙ୍କା (ଢ଼େମ୍ଫଛିଣ୍ଡା), ଚାଇନା ଲୁଣ, ହଳଦି ଓ ଗୋଲମରିଚ ଗୁଣ୍ଡ ମିଶାଇ ପାଞ୍ଚ ମିନିଟ ଘାଣ୍ଟି ଉପରେ କଟା,ଧନିଆ ପତ୍ର ପକାଇ ଦିଅନ୍ତୁ । ଏଥର ଚିଲି ମାଛ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!