Non- Vegetarian

ଚିଲି ପ୍ରନ୍

ପ୍ରସ୍ତୁତି – ପାଞ୍ଚପ୍ଲେଟ୍ ତିଆରି ପାଇଁ ଚିଙ୍ଗୁଡ଼ିକୁ ପ୍ରଥମେ ଧୋଇ ସଫା କରିବେ । ଏଥିରେ ମଇଦା-୧୦ ଗ୍ରାମ୍, କର୍ଣ୍ଣଫୋର-୧୦ ଗ୍ରାମ୍, ଅଜିନା ମାଟୋ-୫ ଗ୍ରାମ, ଧଳା ଗୋଳମରିଚ ଗୁଣ୍ଡ୫ ଗ୍ରାମ, ସୋୟାବିନ୍ସସ୍-୫ ଗ୍ରାମ୍, ଚିଲି ସସ୍-୧୦ ଗ୍ରାମ୍ ଓ ଆବଶ୍ୟକ ପରିମାଣରେ ଲୁଣକୁ ମିଶାଇ ଗରମ ତେଲରେ ଛାଣି ଅଲଗା ରଖିବେ ।ପୁଣି ଗରମ ତେଲରେ ଅଦା ରସୁଣ ବଟା-୨୫ ଗ୍ରାମ୍, କଞ୍ଚାଲଙ୍କା ଖଣ୍ଡ-୫ ଗ୍ରାମ, କ୍ୟ କରି ପିଆଜ ଖଣ୍ଡ-୨୫୦ ଗ୍ରାମ୍, କ୍ୟାପ୍ସିକମ୍ ଖଣ୍ଡ-୨୦୦ ଗ୍ରାମକୁ ଭାଜିବେ ୫ ମିନିଟ ପରେ ଗରମ ପାଣି- ୧ ଗୁସ ଦେଇ ସେଥିରେ ଅଜିନା ମାଟୋ-୫ ଗ୍ରାମ, ଚିନି-୫ ଗ୍ରାମ୍, ଧଳା । ଗୋଲମରିଚ ଗୁଣ୍ଡ-୨ ଗ୍ରାମ, ଚିଲି ତେଲ-୪୦ ଗ୍ରାମ, ଚିଲି ପୋଷ୍ଟ-୨୫ ଗ୍ରାମ୍, ସୋୟାବିନ୍ ସସ୍-୩ ଗ୍ରାମ୍ ଓ ଲୁଣ ପକାଇ ଫୁଟିଗଲା ପରେ ପୂର୍ବରୁ ଭଜା ହୋଇଥିବା ଚିଙ୍ଗୁଡ଼ିକୁ ସେଥିରେ ପକେଇବେ । ୫ ମିନିଟ୍ ପରେ ୫ ଗ୍ରାମ୍-କର୍ଣ୍ଣଫୋରକୁ ଅଳ୍ପ ପାଣିରେ ଗୋଳାଇ ସେହି ଆଞ୍ଚରେ ୫ ମିନିଟ ରଖି ତଳକୁ ଆଣିବେ । ଏଥର ଚିଲି ପ୍ରନ୍ ପୁରା ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!