କୋକଲି ମାଛ ( ସାରଡିନ୍ଜ ) Kokoli 1
Uncategorized

କୋକଲି ମାଛ ( ସାରଡିନ୍ଜ ) Kokoli

କୋକଲି ମାଛ ( ସାରଡିନ୍ଜ ) ମାଛକୁ ଏଇ ଦୁନିଆ ବହୁତ ସମୟରୁ ଜାଣେ । ନେପୋଲିୟନ ବୋନାପାର୍ଟ ଜଳଯାତ୍ରା ସମୟରେ ଏହି ମାଛ, କର୍ମଚାରୀ ମାନଙ୍କୁ ଆଚାର

କୋକଲି ମାଛ ଭଜା

କୋକଲି ମାଛ ଭଜାରୁପେ ( ଏକ ପୁରାତନ ଖାଦ୍ୟ ସଂରକ୍ଷଣ ଉପାୟ) ରୁପେ ଖାଈବାକୁ ଦେଉଥିଲେ । ମଜାଦାର କଥା ହେଉଛି, ଏହାର ନାମ ସାରଡିନ୍ଜ, ଇଟାଲୀ ର ଏକ ଦ୍ବୀପର ନାମକୁ ନେଈ ହୋଇଥିଲା । ସେହି ଦ୍ବିପରେ ଏହି ମାଛ ପ୍ରଚୁର ପରିମାଣରେ ମିଳୁଥିବାରୁ, ଆଚର ଓ ସୁଖୁଆ ରପେ ସଂରକ୍ଷଣ ହେଉଥିଲା । କୋକଲି ମାଛ ଯଦିଓ ଆମ ଦେଶ ଓ ରାଜ୍ୟ ଉପକୁଳ ଅଞ୍ଚଳରେ ଶିତ ଦିନେ ପ୍ରଚୁର ପରିମାଣରେ ମିଳେ, ଏହି ମାଛ ଆପଣ ଅନଲାଇନ ଶପିଂ ଆମଜନରୁ ବର୍ଷସାରା କ୍ରୟ କରିପାରିବେ ।କୋକଲି ମାଛ ଆଟଲାଣ୍ଟିକ ମହାସାଗର, ପ୍ରଶାନ୍ତ ମହାସାଗର, ଭୂମଧ୍ୟସାଗର ଅଞ୍ଚଳରେ କୋକଲି ମାଛ ପ୍ରଚୁର ପରିମାଣରେ ମିଳିଥାଏ । ଏହି ମାଛ ନିଜ ଖାଦ୍ୟ ପାଇଁ ଫ୍ଲାଙ୍କଟନ ନାମକ ଅଣୁଜିବ ଉପରେ ନିର୍ଭରଶୀଳ, ସେଥିପାଇଁ ଏହି ମାଛରେ ପାରଦର ପ୍ରଭାବ ନଥାଏ । ଅଧିକ ପାରଦ ବ୍ୟବହାର କଲେ ମଣିଷର ଶରିର ପ୍ରତିକ୍ରିୟାଶିଳ ହୋଈ ଚର୍ମ, ଆଖି ଏବଂ ଜଠରାନ୍ତ୍ରକୁ କ୍ଷତି ପହଞ୍ଚାଈଥାଏ ।

କୋକଲି ମାଛ ( ସାରଡିନ୍ଜ ) Kokoli 2

ଆମେ ଖାଉଥିବା କୋକଲି ମାଛର ପୋଷକ ତତ୍ବ ଏଈ ଛୋଟ ମାଛଟିରେ ପୋଷକ ତତ୍ବ ଭରପୁର ରହିଥାଏ । ଏହା ବହୁ ରୋଗକୁ ପ୍ରତିରୋଧ କରିଥାଏ । ହୃଦରୋଗିଙ୍କ ରୋକିବା ପାଇଁ ଏହି ମାଛ ସାହାଜ୍ୟ କରେ ଓ ଦେହ ଭିତରେ ବଢୁଥିବା କିଛି କ୍ୟାନ୍ସର ରୋଗ ଅଧିକ ନବଢିବା ପାଇଁ ଉପାଦୟ ସିଦ୍ଧ ହୋଇଥାଏ ।କୋକଲି ମାଛରେ ଥିବା କ୍ୟାଲସିୟମ ଓ ମହତ୍ବପୁର୍ଣ ଭିଟାମିନ୍ ପାଇଁ ଗର୍ଭବତି ଓ ବୟସ୍କ ମାନଙ୍କୁ ଖାଇବାପାଇଁ ସୁପାରିଶ କରାଯାଇଥାଏ ।ଓମେଗା ଫ୍ୟାଟି ଏସିଡକୋକଲି ମାଛରେ ଥିବା ଓମେଗା ଫ୍ୟାଟି ଏସିଡ, ପ୍ରଦାହନାଶି ଗୁଣ ଯୋଗୁ ହ୍ରୃଦୟରୋଗ ଦୁର କରେ । ଓମେଗା ଫ୍ୟାଟି ଏସିଡ, ରକ୍ତ ଜମାଟ ବାନ୍ଧିବାକୁ ଦେଇନଥାଏ । ଏହା ବ୍ଲଡପ୍ରେଶରକୁ କମ କରିଥାଏ । ଅତିତରେ ହୃଦୟରୋଗ ଭୋଗିଥିବା ରୋଗୀଙ୍କ ପାଇଁ ଏହା ଉପଯୋଗୀ ।ଭିଟାମିନ କୋକଲି ମାଛରେ ଭିଟାମିନ ବି 12 ( b12 ) ପ୍ରଚୁର ପରିମାଣରେ ରହିଥାଏ । ଏହି ଭିଟାମିନ ହୃଦବାହିନି ଗ୍ରନ୍ଥିକୁ ସୁରକ୍ଷିତ ରଖିଥାଏ ଏବଂ ଶରୀରକୁ ବଳ ପ୍ରଦାନ କରିଥାଏ । ଏହା ସହିତ, କୋକଲି ମାଛରେ ଭିଟାମିନ ଡି ପ୍ରଚୁର ପରିମାଣରେ ମିଳେ ଯାହା ଶରିରରେ ହାଡ କ୍ଷୟରୁ ସୁରକ୍ଷିତ ରଖିଥାଏ ।କ୍ୟାଲସିୟମକ୍ୟାଲସିୟମ ପ୍ରଚୁର ପରିମାଣରେ ମିଳିଥାଏ କୋକଲି ମାଛରେ । ଯେଉଁମାନଙ୍କ ଶରିର ଲାକଟୋଜ ବିରୋଧି, ଖିର ଜାତିୟ ଦ୍ରବ୍ୟ ଖାଇଲେ ଏଲର୍ଜି ହୋଇଥାଏ କିନ୍ତୁ ଶରିର ଅଧିକାରୁ ଅଧକା କ୍ୟାଲସିୟମ ଦରକାର କରିଥାଏ ସେମାନେ କୋକଲି ମାଛ ଖାଇ ଏହାର ଭରଣା କରନ୍ତି ।ମିନେରାଲ କ୍ୟାଲସିୟମ ଏବଂ ପ୍ରଚୁର ଭିଟାମିନ ସହିତ ଏଥିରେ ଗୁଣକାରୀ ଖଣିଜ ତତ୍ତ୍ବବି ରହିଅଛି । ସେଗୁଡିକ ହେଲା

  1. ନିଆସିନ
  2. ଆଇରନ
  3. ପୋଟାସିୟମ
  4. ମ୍ୟାଗ୍ନସିୟମ
  5. ଜିଙ୍କ
  6. ଫସପରସ

ପ୍ରୋଟିନ

ହାଡ ଓ ପେଶିର ବୃଦ୍ଧି ଓ ସୁସ୍ଥତା ପାଇଁ ପ୍ରୋଟିନର ମହତ୍ବପୁର୍ଣ ଭୁମିକା ରହିଅଛି । ଶରିରରେ ରୋଗ ପ୍ରତିରୋଧି ପ୍ରଣାଳୀ ବିକଶିତ କରିବା ପାଇଁ ପ୍ରୋଟିନ ଦରକାର ହୋଇଥାଏ । ପ୍ରୋଟିନ ଆମ ଶରିରରେ ପୋଷକତତ୍ତ୍ବ ଓ ଅମ୍ଳଜାନ ବିଭିନ୍ନ ସବୁ ଅଙ୍ଗ ପ୍ରତ୍ୟେଙ୍ଗ ମାନଙ୍କୁ ଯୋଗାଇ ଥାଏ ।

କୋକଲି ମାଛର ଜୟଯାତ୍ରା ଆଗକୁ ଜାରି ରହିବ ।

କ୍ରମଶଃ

error: Content is protected !!