Non- Vegetarian

ଇଲିଶି ମାଛର ସେରିଷ – ପୋସ୍ତ

ଇଲିଶି ମାଛର ସେରିଷ – ପୋସ୍ତ
ଉପକରଣ – ୮ ଖଣ୍ଡ କଟା-ମାଛ, ସୋରିଷ ତେଲ-୧୦ ଚାମୁଚ, ପୋସ୍ତକ-୩ଚାମୁଚ, କଞ୍ଚାଲଙ୍କା-୬ଟି, ଆବଶ୍ୟକ ଅନୁସାରେ ଲୁଣ, ହଳଦି, ଚିନି ଓ ପାଣି ନିଅନ୍ତୁ ।
ପ୍ରସ୍ତୁତି – ପ୍ରଥମେ କଟା ମାଛକୁ ଧୋଇ ଏଥିରୁ କାତି ବାହାର କରି ପରିଷ୍କାର କରନ୍ତୁ । ଏଥିରେ ଲୁଣ, ହଳଦି ଓ ଅଳ୍ପ ସେସାରିଷ ତେଲ ମିଶାଇ ୧ ଘଣ୍ଟା ରଖନ୍ତୁ । ଗରମ ତେଲରେ ମାଛକୁ ଭାଜନ୍ତୁ । ପୋସ୍ତକ, ୧ଟି କଞ୍ଚାଲଙ୍କା ଓ ୩ଚାମୁଚ ତେଲ ମିଶାଇ ବାଟି ଦିଅନ୍ତୁ । ଗରମ ତେଲରେ ବାକି କଞ୍ଚାଲଙ୍କା ଫାଳ, ସୋରିଷ ଓ ବଟା ମସଲା ପକାନ୍ତୁ । ଏହାକୁ ଭଲ କରି ଭାଜି ଦିଅନ୍ତୁ । ଏହା ଫୁଟିଗଲେ ସେଥିରେ ମାଛ ପକାନ୍ତୁ । ଏଥୁରେ ସ୍ବାଦ ଅନୁସାରେ ଚିନି ଓ ଲୁଣ ପକାଇବାକୁ ଭୁଲିବେ ନାହିଁ । ଏହା ପ୍ରସ୍ତୁତ ହୋଇଗଲେ ତଳକୁ ଓହ୍ଲାଇ ଦିଅନ୍ତୁ । ଏଥର ଇଲିଶି ମାଛର ସୋରିଷ – ପୋସ୍ତ ତରକାରୀ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!