Non- Vegetarian

ଇଲିଶି ମାଛ ଦହି ପୋସ୍ତ

ଉପକରଣ – କଟା ଇଲିଶି ମାଛ -୮ ଖଣ୍ଡ, ପୋସ୍ତକ ବଟା-୩ଚାମୁଚ, ଦହି-୧୦୦ଗ୍ରାମ, କଞ୍ଚା ଲଙ୍କା-୫ଟି, ଚିନି-ଅଧ ଚାମୁଚ, ଆବଶ୍ୟକ ଅନୁସାରେ ଲୁଣ, ତେଲ, ହଳଦି ଓ ପାଣି ନେବ।
ପ୍ରସ୍ତୁତି – ଇଲିଶି ମାଛରେ ଲୁଣ ଓ ହଳଦି ଗୋଳାଇ ୧ ଘଣ୍ଟା ରଖି ଦିଅନ୍ତୁ । ଗରମ ତେଲରେ ଏହାକୁ ଭାଜନ୍ତୁ । ବଟା ପୋସ୍ତକ ସହିତ ଦହି ଭଲ କରି ମିଶାଇ ଦିଅନ୍ତୁ । ଏଥିରେ
ଅଳ୍ପ କର୍ଣ୍ଣଫୋର ମିଶାଇଲେ ଭଲ ହେବ । ଗରମ ତେଲରେ ଫାଳ, କଞ୍ଚାଲଙ୍କା ପକାଇ ଏହି ଦହି ମିଶା ମାଛ ପକାଇ ଭଲ କରି ଘାଣ୍ଟନ୍ତୁ । ଅଧ କପରୁ କମ ପାଣି ପକାନ୍ତୁ । ଏହା ଭଲ କରି ଫୁଟିଗଲେ ସେଥିରେ ଚିନି, ଲୁଣ ଓ ମାଛ ମିଶାନ୍ତୁ । ୧୦ ମିନିଟ ଚୁଲ୍ଲିରେ ବସିଲା ପରେ ଏହା ପ୍ରସ୍ତୁତ ହୋଇଗଲେ ତଳକୁ ଓହ୍ଲାଇ ଦିଅନ୍ତୁ । ଏଥର ଇଲିଶି ମାଛର ଦହି ପୋସ୍ତ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!