Non- Vegetarian

କଞ୍ଚା ମାଛ ତରକାରୀ

ଉପକରଣ – ବଡ଼ ମାଛ -୬ପିସ୍, ପିଆଜ-୨ଟା, ରସୁଣ-୮ କୋଲା, ବିଲାତି ବାଇଗଣ -୨ଟା, କଞ୍ଚା ଲଙ୍କା-୬ଟା, ଖଟା ତୋରାଣି-୩ କପା, ହଳଦୀ-୩ଚାମୁଚ, ଫୁଟଣ-୧ ଚାମୁଚ, ଧନିଆ ପତ୍ର-୧ ବିଡ଼ା, ଆବଶ୍ୟକତା ଅନୁସାରେ ତେଲ, ହଳଦି ଓ ଲୁଣ ନେବେ ।

ପ୍ରସ୍ତୁତି – ପ୍ରଥମେ ମାଛକୁ ଭଲ କରି ଧୋଇ ସେଥିରୁ କାତି ବାହାର କରି ଦିଅନ୍ତୁ । ସେଥିରେ ଲୁଣ ଓ ହଳଦି ଗୋଳାଇ ରଖନ୍ତୁ । ପିଆଜ, ବିଲାତି ବାଇଗଣ ଓ କଞ୍ଚାଲଙ୍କାକୁ କାଟି ଦିଅନ୍ତୁ । ରସୁଣକୁ ଛେଚି ରଖନ୍ତୁ । ଗରମ ତେଲ କରେଇରେ ଫୁଟଣ ଫୁଟିଗଲେ ପିଆଜ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ପିଆଜ ଭାଜି ହୋଇଗଲା। ସେଥିରେ ରସୁଣ ଓ କଞ୍ଚାଲଙ୍କା ଭାଜି ଦିଅନ୍ତୁ । ତା’ପରେ ବିଲାତି ବାଇଗଣ, ଲୁଣ, କଞ୍ଚାଲଙ୍କା ଓ ଅଳ୍ପ ହଳଦି ପକେଇ ସେଥିରେ ମାଛ ପକେଇ ଭାଜନ୍ତୁ । ମାଛ ଭାଜି ହୋଇଗଲେ ତୋରାଣି ପକେଇ କମ ଆଞ୍ଚରେ ସିଝାନ୍ତୁ ।ମାଛ ସିଝିଗଲେ ସେଥିରେ ଧନିଆ ପତ୍ର ପକେଇ ଦିଅନ୍ତୁ । ଏଥର କଞ୍ଚା ମାଛ ତରକାରୀ ପ୍ରସ୍ତୁତ।

Leave a Reply

error: Content is protected !!