କଙ୍କଡା ତରକାରି
Non- Vegetarian

କଙ୍କଡା ତରକାରି

ଆବଶ୍ୟକ ସାଗମ୍ରୀ:
କଙ୍କଡା- ୪ଟି
ଆଳୁ-୨ଟି
ପିଆଜ-୧ଟି
ଟମାଟୋ-୧ଟି
ତେଜପତ୍ର- ୧ଟି
ଜୀରା- ୧ଚାମଚ
ପୋସ୍ତକ- ୧ଚାମଚ
ଧନିଆ- ୧ଚାମଚ
ରସୁଣ- ୩ଟି କୋଲା
ଅଦା
ଧନିଆ ପତ୍ର
ଶୁଖିଲା ଲଙ୍କା- ୧ଟି
ଗରମ ମସଲା- ୧ଚାମଚ
ହଳଦୀ- ୧ଚାମଚ
ଲଙ୍କା ଗୁଣ୍ଡ- ୧ଚାମଚ
ଲୁଣ- ସ୍ୱାଦ ଅନୁସାରେ
ତେଲ- ଆବଶ୍ୟକ ମୁତାବକ

ପ୍ରସ୍ତୁତ ପ୍ରଣାଳୀ:
ପ୍ରଥମେ ଆଳୁକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। କଡେଇରେ ତେଲ ଗରମ କରି ଆଳୁକୁ ଭାଜି ରଖି ଦିଅନ୍ତୁ। ପାଣିକୁ ଗରମ କରି ସେଥିରେ କଙ୍କଡାକୁ ପକାଇ ଦିଅନ୍ତୁ। ୫ମିନିଟ ପରେ କଙ୍କଡାକୁ ପାଣିରୁ ବାହାର କରି ଭଲ ଭାବରେ ଖୋଳପା ଛଡାଇ ଦିଅନ୍ତୁ। କଡେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ କଙ୍କଡାକୁ ପକାଇ ସେଥିରେ ଲୁଣ ଓ ହଳଦୀ ପକାଇ ଭଲ ଭାବରେ ଭାଜି ରଖନ୍ତୁ। କଙ୍କଡା ଭାଜି ହୋଇଗଲା ପରେ ପାତ୍ରକୁ କାଡି ରଖି ଦିଅନ୍ତୁ।

ପିଆଜ, ଅଦା, ରସୁଣକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ପିଆଜ, ଅଦା, ରସୁଣ, କଞ୍ଚା ଲଙ୍କା,ଜୀରା,ଧନିଆ ଓ ପୋସ୍ତକକୁ ଭଲ ଭାବରେ ପେଷି ଦିଅନ୍ତୁ।

କଡେଇରେ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ ପ୍ରଥମେ ତେଜପତ୍ର ପକାଇ ଦିଅନ୍ତୁ। ତାପେରେ ଅଳ୍ପ ପିଆଜ ପକାଇ କିଛି ସମୟ ଭାଜନ୍ତୁ। ପିଆଜ ସୁନେଲୀ ରଙ୍ଗ ହୋଇଗଲା ପରେ ପେଷିଥିବା ମସଲାକୁ ପକାଇ କଷନ୍ତୁ। ସେଥିରେ ଟମାଟୋ କାଡି ପକାନ୍ତୁ। ମସଲା ଠିକ ଭାବେ କଷି ହୋଇଗଲା ପରେ ସେଥିରେ ହଳଦୀ, ଲଙ୍କା ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ। ତାପରେ ଆଳୁ ପକାଇ ଭଲ ଭାବରେ ମସଲାରେ କଷନ୍ତୁ। ପାଣି ଦେଇ ୨ମିନିଟ ଘୋଡଣୀ ଦେଇ ଛାଡି ଦିଅନ୍ତୁ। ତାପରେ ଘୋଡଣୀ କାଢି ସେଥିରେ ଭାଜି ଥିବା କଙ୍କଡାକୁ ପକାଇ ଏପଟ ସେପଟ କରନ୍ତୁ। ତରକାରୀ ଅଳ୍ପ ଗାଢ ହୋଇଗଲା ପରେ ସେଥିରେ ଧନିଆ ପତ୍ର ଓ ଗରମ ମସଲା ପକାଇ ଗ୍ୟାସରୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ କଙ୍କଡା ଝୋଳ।

error: Content is protected !!