Non- Vegetarian

ମାଛ ବେସର

ଉପକରଣ-କଣ୍ଟା ନଥିବା କଟା ମାଛ-୫୦୦ ଗ୍ରାମ୍, ଗୋଟା ବୁଟ ୫୦ ଗ୍ରାମ, ଗୋଟେଲେମ୍ବୁ, ପିଆଜ-୪ଟା, ଆଲୁ- ୩୦୦ ଗ୍ରାମ, କଞ୍ଚା ଲଙ୍କା-୮ଟି, ଅଦା-୨ ଇଞ୍ଚର ଖଣ୍ଡେ, ରସୁଣ୧୦ କୋଲା, ବଟା ସୋରିଷ-୫୦ ଗ୍ରାମ୍, ଆବଶ୍ୟକ ଅନୁସାରେ ବଢ଼ି, ଲୁଣ ଓ ହଳଦୀ ନେବେ।

ପ୍ରସ୍ତୁତ – ପ୍ରଥମେ ମାଛରେ ଲୁଣ ଓ ହଳଦୀ ମଶାଇ ଗରମ ତେଲରେ ଭାଜ ରଖବ । ଆଳୁ ଓ କଞ୍ଚା କଦଳୀକୁ ଛୋଟ ଛୋଟ କରି କାଟି ଲୁଣ ଓ ହଳଦି ମିଶାଇ ସିଝାଇ ଦେବେ । ଏହା ଅଧା ସିଝିଗଲେ ସେଥିରେ ସୋରିଷ ବଟା ଦେବେ । ଏହା ଫୁଟିଗଲେ ସେଥିରେ ବୁଟ ପକାଇବେ । ସଂପୂର୍ଣ୍ଣ ସଝଗଲେ ଏହାକୁ ଓହ୍ଲାଇ ଦେବେ । ଗରମ ତେଲରେ ମସଲାକୁ ପକେଇ ଭଲ ଭାବରେ ଘାଣ୍ଟି ଦେବେ । ଏହା ଲାଲ ହୋଇ ପ୍ରସ୍ତୁତ ହୋଇଗଲେ ମାଛ ପକେଇ ଆଉ ଟିକେ ଘାଣ୍ଟି ଦେବେ । ସେଥିରେ ବିଲାତି ବାଇଗଣ କାଟି ପକାଇବେ । ଆଗରୁ ପ୍ରସ୍ତୁତ ହୋଇଥିବା ପରିବା ଓ ବୁଟ ସିଝା ଏଥିରେ ପକେଇବେ । ବଡ଼ିକୁ ଭାଜି ଭାଙ୍ଗି ଏଥିରେ ପକାଇବେ । ତରକାରୀ ପୁରା ପ୍ରସ୍ତୁତ ହୋଇଗଲେ ସେଥିରେ ଲେମ୍ବୁ ଚିପୁଡ଼ି ଦିଅନ୍ତୁ । ଏଥର ମାଛ ବେସର ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!