Non- Vegetarian

ମାଛ ଫ୍ରାଏ

ଉପକରଣ – କଟା ବଡ଼ ମାଛ -୧ କିଲୋ, ତେଲ-୬୦ ଗ୍ରାମ୍, ବିଲାତି ବାଇଗଣ ବଡ଼ – ୪ଟା, ସୋରିଷ-୧୦୦ ଗ୍ରାମ, ପୋସ୍ତ-୧୦୦ ଗ୍ରାମ, ଧନିଆ ପତ୍ର ବଟା-୧ କପ, ଆବଶ୍ୟକ ଅନୁସାରେ ଲୁଣ, ହଳଦି ଗୁଣ୍ଡ ଓ କଞ୍ଚା ଲଙ୍କା ନେବେ ।

ପ୍ରସ୍ତୁତି – ପ୍ରଥମେ ମାଛକୁ ଭଲ କରି ଧୋଇ ସେଥିରେ ଲୁଣ ଓ ହଳଦୀ ଗୁଣ୍ଡ ପକେଇ ଭାଜି ରଖନ୍ତୁ । ଗରମ ତେଲରେ କଟା ପିଆଜ ପକାଇ ଲାଲ ହେବା ପର୍ଯ୍ୟନ୍ତ ଭଲ କରି ଭାଜନ୍ତୁ । ସୋରିଷ ଓ ପୋସ୍ତକୁ ଭଲ କରି ବାଟି ଏହି ପିଆଜରେ ପକାଇ କଷନ୍ତୁ । ଏଥିରେ କଟା ବିଲାତି ବାଇଗଣ, ଲୁଣ ଓ ହଳଦି ଗୁଣ୍ଡ ପକାଇବେ । ମସଲା ଭଲ କରି ଭାଜି ହୋଇଗଲେ ସେଥିରେ ସବୁତକ ମାଛ ପକାନ୍ତୁ । ଦୁଇ କପ ପାଣି ଏହି ମାଛ ତରକାରୀରେ ଦେଇ ଭଲ କରି ଘାଣ୍ଟି ଦିଅନ୍ତୁ । କରେଇରେ ଘୋରଣୀ ଦେଇ କିଛି ସମୟ ରହିବେ । ମାଛ ଝୋଳ ବହଳିଆ ହୋଇଗଲେ ଏହାକୁ ଓହ୍ଲାଇ ସେଥିରେ କଟା ଧନିଆ ପତ୍ର ପକାଇବେ । ଏଥର ମାଛ ଫ୍ରାଏ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!