Non- Vegetarian

ମାଛ ମଲାଇ

ଉପକରଣ – ମାଛ -୧ କିଲୋ, ବଡ଼ ନଡ଼ିଆ-୧ ଟା, ପିଆଜ-୨ଟା, ଛେଚା, ଅଦା-୩୦ ଗ୍ରାମ, ଧନିଆ ଗୁଣ୍ଡ-୪ଚାମୁଚ, କର୍ଣ୍ଣଫ୍ଲୋର-୨ ଚାମୁଚ, ଭିନେଗାର-୬୦ ମିଲି ଲିଟର, ହଳଦି ଗୁଣ୍ଡା-୩ଚାମୁଚ, ଆବଶ୍ୟକ ଅନୁସାରେ ସୋରିଷ ତେଲ, ଭୃଷଙ୍ଗା ପତ୍ର ଓ ଲୁଣ ନେବେ ।

ପ୍ରସ୍ତୁତି – ପ୍ରଥମେ ମାଛକୁ ସଫାକରି ସେଥିରେ ଲୁଣ ଭଲ ଭାବରେ ଘଷି ଦିଅନ୍ତୁ । ୧୦ ମିନିଟ ପରେ ଥଣ୍ଡା ପାଣିରେ ତାକୁ ଧୋଇ ପରିଷ୍କାର କରି ଦିଅନ୍ତୁ । ତା’ପରେ ଏହାକୁ ବଡ଼ ବଡ଼ ଖଣ୍ଡରେ କାଟି ରଖନ୍ତୁ । ଗରମ ପାଣିରେ ନଡ଼ିଆ କୋରା ପକାଇ ନଡ଼ିଆ ରସ ବାହାର କରନ୍ତୁ । କଞ୍ଚା ଲଙ୍କା ଓ ପିଆଜକୁ ଛୋଟ ଛୋଟ କାଟି ଗରମ ତେଲରେ ଭାଜନ୍ତୁ । ସେଥିରେ ଧନିଆ ଗୁଣ୍ଡ ଓ ହଳଦି ଗୁଣ୍ଡ ମଧ୍ୟ ପକାନ୍ତୁ । ନଡ଼ିଆ ରସରେ କର୍ଣ୍ଣଫ୍ଲୋରକୁ ଗୋଳାଇ ଦିଅନ୍ତୁ । ସେହି ମସଲା କରେଇରେ ଏହାକୁ ପକେଇ ଘାଣ୍ଟନ୍ତୁ । ଏହା ଭଲ କରି ଫୁଟିବା ପରେ ସେଥିରେ କଟା ମାଛ ଭଜା ଏବଂ ସ୍ବାଦ ଅନୁସାରେ ଲୁଣ ପକାନ୍ତୁ । ମାଛ ପଡ଼ିବା ପରେ ଏହା ଭଲ କରି ଫୁଟିବ । ତା’ପରେ ଏଥିରେ ଭିନେଗାର ପକାଇ ଘୋଡ଼ାଇ ଦିଅନ୍ତୁ । ଅଳ୍ପ ସମୟ ମଧରେ ଏହା ପ୍ରସ୍ତୁତ ହୋଇଗଲେ ଏହାକୁ ତଳକୁ ଓହ୍ଲାଇ ଦିଅନ୍ତୁ । ଏଥର ମାଛ ମଲାଇ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!