ମାଛ ମୁଣ୍ଡ ବନ୍ଧାକୋବି

ଉପକରଣ – ବନ୍ଧାକୋବି-୧ କିଲୋ, ବଡ଼ ମାଛ ମୁଣ୍ଡ-୨ଟା, ପିଆଜ-୪ଟି, ରସୁଣ –୨ଟା, ଅଦା-ଖଣୋ, ଜିରା-ଏକ ଚାମୁଚ, ଲଙ୍କା-୫ଟି, ଗରମ ମସଲା-୨ ଚାମୁଚ, ମଟର ଛୁଇଁ -୪୦୦ ଗ୍ରାମ, ଆଳୁ-୪ଟି, ଦରକାର ଅନୁସାରେ ତେଲ, ଲୁଣ ଓ ହଳଦି ନେବେ ।

ପ୍ରସ୍ତୁତି – ପ୍ରଥମେ ବନ୍ଧାକୋବି ଓ ଆଳୁକୁ ବାଟି ରଖନ୍ତୁ । ମଟର ଛୁଇଁ ଛଡ଼େଇ ରଖନ୍ତୁ । ମସଲାକୁ ବାଟି ରଖନ୍ତୁ । ଗରମ ତେଲରେ ମାଛ ମୁଣ୍ଡ ଭାଜି କରି ରଖନ୍ତୁ । ସେହି ତେଲରେ ଚିନି ପକେଇ ଘାଣ୍ଟି ଦିଅନ୍ତୁ । ଏହା ଲାଲ ହୋଇ ଗଲେ ମସଲା କଷି ସେଥିରେ କୋବି ଓ ଆଳୁ ପକାନ୍ତୁ । ଏହା ଭଲ କରି ଭଜା ହୋଇଗଲେ ପରେ ସେଥିରେ ଭଜା ମୁଣ୍ଡ, ମଟର, ଲୁଣ, ହଳଦି ଓ ଗରମ ମସଲା ଦେଇ ଘୋଡ଼େଇ ଦିଅନ୍ତୁ । କୋବି ଓ ମାଛ ମୁଣ୍ଡ ସିଝିଲା ପରେ ଭଲ କରି ଘାଣ୍ଟି ଦିଅନ୍ତୁ । ଫଳରେ ମାଛ ମୁଣ୍ଡ ଭାଙ୍ଗି ବନ୍ଧା କୋବିରେ ଖଣ୍ଡ ଖଣ୍ଡ ହୋଇ ମିଶିଯିବ । ବର୍ତ୍ତମାନ ମାଛ ମୁଣ୍ଡ ବନ୍ଧାକୋବି ତରକାରୀ ପ୍ରସ୍ତୁତ ହୋଇଗଲା ।

Be the first to comment

Leave a Reply

Your email address will not be published.