Non- Vegetarian

ମାଛ ପକୋଡ଼ା

ଉପକରଣ – ଭଲ ମାଛ -୧ କିଲୋ, ବେସନ-୫୦୦ ଗ୍ରାମ, ଜିରା-୫୦ ଗ୍ରାମ, ଲଙ୍କା – ୮ଟି, ଗୁଜୁରାତି-୧୦ଟା, ବଡ଼ ପିଆଜ-୨ଟି, ଦରକାର ଅନୁସାରେ ଅଦା, ରସୁଣ, ଡ଼ାଲଚିନି ଖାଇବା ସୋଢ଼ା, ଲୁଣ, ହଳଦି ଓ ସୋରିଷ ତେଲ ନେବେ ।

ପ୍ରସ୍ତୁତି – ପ୍ରଥମେ ମାଛକୁ ପରିଷ୍କାର କରି ଧୋଇ କାତି ସଫା କରି ଦିଅନ୍ତୁ । ଏହାକୁ ବଡ଼ ବଡ଼ ସାଇଜ କରି କାଟି କଣ୍ଟା ବାହାର କରି ଦିଅନ୍ତୁ । ମାଛରେ ହଳଦି ଗୋଳାଇ ରଖନ୍ତୁ । ଅନ୍ୟ ଏକ ପାତ୍ରରେ ବେସନରେ ଦରକାର ମୁତାବକ ଖାଇବା ସୋଢ଼ା ଗୋଳାଇ ରଖନ୍ତୁ । ପିଆଜ, ଅଦା ଓ ରସୁଣକୁ ଧୋଇ କାଟି ଗ୍ରାଇଣ୍ଡିରେ ବାଟି ଦିଅନ୍ତୁ । ସେହି ପରି ଜିରା, ଲଙ୍କା, ଗୁଜୁରାତି ଓ ଡ଼ାଲଚିନିକୁ ମଧ୍ୟ ଶିଳରେ ଭଲ କରି ବାଟି ବେସନ ଗୋଳାରେ ପକାଇ ଫେଣ୍ଟି ଦିଅନ୍ତୁ । ତା’ପରେ ଏହି ବେସନ ଗୋଳାରେ ବଟା ମସଲାକୁ ମଧ ପକେଇ ଗୋଳେଇ ଦିଅନ୍ତୁ । ଗରମ ତେଲରେ ମାଛକୁ ବେସନ ଗୋଳାରେ ଭଲ କରି ବୁଡ଼ାଇ ଛାଣିବେ । ପୁରା ମାଛ ଛଣା ହୋଇ ପ୍ରସ୍ତୁତ ହୋଇଗଲେ ତା’ଉପରେ କଟା ବିଲାତି, କଟା ପିଆଜ ଓ କଟା ଧନିଆ ପତ୍ର ପକାନ୍ତୁ । ଏଥର ମାଛ ପକୋଡ଼ା ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!