Non- Vegetarian

ମାଛ ଟୁକ୍ଟୁକା

ଉପକରଣ – କଟା ମାଛ – ୧୦ ପିସ୍, ପିଆଜ-୨ଟା, ଫୁଟଣ-୨ଟା ଚାମୁଚ, ବିଲାତି ବାଇଗଣ-୪ଟା, ହଳଦି-୧ ଚାମୁଚ, ଲଙ୍କା ଗୁଣ୍ଡ-୨ ଚାମୁଚ, କଞ୍ଚାଲଙ୍କା-୧୦ଟି, ଧନିଆ ପତ୍ର – ୧ବିଡ଼ା, ଦରକାର ଅନୁସାରେ ତେଲ ଓ ଲୁଣ ନେବେ ।

ପ୍ରସ୍ତୁତି – ପ୍ରଥମେ ମାଛ ଧୋଇ ଭଲ କରି ଭାଜି ଦିଅନ୍ତୁ । ଏଥିରୁ କଣ୍ଟା ବାହାର କରି ଛୋଟ ଛୋଟ ଖଣ୍ଡରେ ପରିଣତ କରି ଦିଅନ୍ତୁ । ଗରମ ତେଲରେ ଫୁଟଣ ପକାଇ ଦିଅନ୍ତୁ । ଫୁଟଣ ଫୁଟିଗଲେ କଟା ପିଆଜ ପକାଇ ଲାଲ କରି ଭାଜନ୍ତୁ । ତା’ପରେ ସେଥିରେ କଟା ବିଲାତି, ହଳଦି, ଲୁଣ, ଗୋଟା କଞ୍ଚାଲଙ୍କା ଓ ଲଙ୍କା ଗୁଣ୍ଡ ପକେଇ ଦଶ ମିନିଟ ଭଲ କରି ଭାଜନ୍ତୁ । ମସଲା ଭଲ କରି ଭାଜି ହୋଇଗଲେ ମାଛକୁ ସେଥିରେ ପକେଇ ଅଳ୍ପ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ । ପାଞ୍ଚ ମିନିଟ ଘୋଡ଼ାଇ ଦେଲା ପରେ ଧନିଆ ପତ୍ର ପକାଇ ଓହ୍ଲାଇ ଦିଅନ୍ତୁ । ଏଥର ମାଛ ଟୁକ୍ଟୁକା ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!