ମଟନ କରି
Non- Vegetarian

ମଟନ କରି

ଉପକରଣ
ମାଂସ-୨ କିଲୋ
ପିଆଜ-୧ କିଲୋ
ତେଲ-୨୦୦ ଗ୍ରାମ
ଅଦା୧୦୦ଗ୍ରାମ୍
ରସୁଣ-୧୦୦ ଗ୍ରାମ
ଡ଼ାଲଚିନି-୨୦ ଗ୍ରାମ୍
ଗୁଜୁରାତି-୨୦ ଗ୍ରାମ୍
ମିଟ୍ ମସଲା – ୫୦ ଗ୍ରାମ
ମେଥି ପତ୍ର-୨୦ ଗ୍ରାମ
ହଳଦି ଗୁଣ୍ଡ-୨୦ ଗ୍ରାମ
ଲଙ୍କା ଗୁଣ୍ଡ – ୧୦ ଗ୍ରାମ୍ 
ଲୁଣ – ୨୦ ଗ୍ରାମ୍

ପ୍ରସ୍ତୁତି -ପ୍ରଥମେ ତେଲକୁ ଗରମ କରି ସେଥିରେ କଟା ପିଆଜ ଓ ମାଂସକୁ ପକାଇ ଟିକେ ଘାଣ୍ଟିବେ । ସେଥିରେ ହଳଦି ଗୁଣ୍ଡ ଓ ଲୁଣ ପକାଇ କମ ଆଞ୍ଚରେ ଭଲ ଭାବରେ କଷିବେ । ଏହା ପରେ ଅଦା, ରସୁଣ ଓ ଲଙ୍କା ଗୁଣ୍ଡ ଦେଇ ପୁଣି ଘାଣ୍ଟିବେ । ସେଥିରେ ଏକ ଲିଟର ପାଣି ଦେଇ ଘୋଡ଼ାଇ ଦେବେ । ଏଥର ଟିକେ ଅଧୁକ ଆଞ୍ଚ ଦେବେ । ମାଂସ ସିଝିଗଲା। ପରେ ତା’ ଉପରେ ଗୁଜୁରାତି ଗୁଣ୍ଡ, ମିଟ୍ ମସଲା, ଡ଼ାଲଚିନି ଗୁଣ୍ଡ ଓ ମେଥି ପତ୍ର ଗୋଳାଇ ଓହ୍ଲାଇ ଦେବେ । ଏଥର ମଟନ କରି ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!