Non-Vegetarian Other Regional Foods

ମଟନ ବୋଲବାଲା କବାବ

ଉପକରଣ – ହାଡ଼ ନଥିବା ମାଂସ (ମଟନ୍) -୧ କିଲୋ, ଅଦା-୧୦୦ଗ୍ରାମ୍, ରସୁଣ – ୧୦୦ ଗ୍ରାମ, ବଟା କାଜୁ-୧୦୦ ଗ୍ରାମ୍, ଅଣ୍ଡା-୪ଟା, ଛେଚା ପିଆଜ-୧୦୦ ଗ୍ରାମ୍, ଲେମ୍ବୁ୪ଟା, ଛତୁ-୧୦୦ ଗ୍ରାମ, ବଟର -୨୦୦ ଗ୍ରାମ୍ ଓ ଆବଶ୍ୟକ ଅନୁଯାୟୀ ଲୁଣ ଏବଂ ଧନିଆ ପତ୍ର ଜୋନଜୋବ । ପ୍ରସ୍ତୁତି – ମାଂସକୁ ଭଲ କରି କିମା କରନ୍ତୁ । କିଛି ସମୟ ରଖି ଏଥିରୁ ପାଣି ବାହାର କରି ଦିଅନ୍ତୁ । ଛେଚା ପିଆଜ, ବଟା ଅଦା, ବଟା ରସୁଣ, ଲଙ୍କା ଗୁଣ୍ଡ, ଗରମ ମସଲା ଗୁଣ୍ଡ, ଲେମ୍ବୁ ରସ, ଅଣ୍ଡା, ଛତୁ, ବଟା କାଜୁ ଓ ଲୁଣକୁ ମାଂସରେ ମିଶାଇ କିଛି ସମୟ ରଖି ଦିଅନ୍ତୁ । । ଏହାକୁ ଲଡୁ ଆକାରରେ ତିଆରି କରି ରଖନ୍ତୁ । ଅଳ୍ପ ଆଞ୍ଚରେ ଗରମ କରେଇରେ ବଟର ପକାଇ ସେଥିରେ ମଟନ ଚପକୁ ଭାଜନ୍ତୁ । ଏହା ବାଦାମୀ ର°ଗ ହୋଇଗଲେ ଏହାକୁ ଆଣି ଖାଆନ୍ତୁ ଓ ଖୁଆନ୍ତୁ ।

Leave a Reply

error: Content is protected !!