Uncategorized

କଲିଜା ଦୋପିଆଜ

ଉପକରଣ – କଲିଜା- ୧ କିଲୋ, ରସୁଣ-୧୦ ଗ୍ରାମ, ପିଆଜ-୨୦୦ ଗ୍ରାମ୍, ବିଲାତି ବାଇଗଣ-୫୦୦ ଗ୍ରାମ, ଗରମ ମସଲା ପାଉଡ଼ର-୪ଚାମୁଚ, ଅଦା-୨ ଇଞ୍ଚର ଖଣୋ, ଜିରା – ୧ଚାମୁଚ, କଞ୍ଚାଲଙ୍କା-୧୦ଟା, ଗୁଜୁରାତି-୬ଟା, ତେଲ-୧ କିଲୋ, ଲବଂଗ-୬ଟା, ଗୋଲମରିଚ୨ ଚାମୁଚ, ଧନିଆ-୨ବିଡ଼ା, ଡ଼ାଲଚିନି-୬ଇଞ୍ଚର ଖଣ୍ଡେ, ଆବଶ୍ୟକ ପରିମାଣରେ ଲୁଣ ଓ ହଳଦି ନେବେ ।

ପ୍ରସ୍ତୁତି – ପ୍ରଥମେ କଲିଜାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ପିଆଜ, ଅଦା, ରସୁଣ ଓ କଞ୍ଚାଲଙ୍କାକୁ ମଧ୍ୟ ଛୋଟ ଛୋଟ କାଟି ଦିଅନ୍ତୁ । ଗରମ ତେଲ କରେଇରେ ପିଆଜକୁ ଭଲ ଭାବରେ ଭାଜନ୍ତୁ । ପିଆଜ ଲାଲ ହୋଇ ଆସିଲେ ସେଥିରେ କଟା ରସୁଣ, ଅଦା ଓ କଞ୍ଚାଲଙ୍କା ପକାଇ କଷନ୍ତୁ । ଏହା ଭାଜି ହୋଇଗଲେ ସେଥିରେ ବିଲାତି, ଦହି, କଲିଜା, ଲୁଣ, ହଳଦି ଓ ଗରମ ମସଲା ଦେଇ ଘୋଡ଼ାଇ ଦିଅନ୍ତୁ । କଲିଜା ସିଝିଗଲେ ସେଥିରେ କଟା ଧନିଆପତ୍ର ଦେଇ ପରିବେଷଣ କରନ୍ତୁ ।

Leave a Reply

error: Content is protected !!