Non-Vegetarian Other Regional Foods

ପ୍ରନ ବଟରଫ୍ଲାଇ

୨୪)
ଉପକରଣ – ଭଲ ଚିଙ୍ଗୁଡ଼ି-୧ କିଲୋ, ୪ଟି-ଲେମ୍ବୁର ରସ, ୨ ଚାମୁଚ-ଗୁଜୁରାତି ଗୁଣ୍ଡ, ୪ଚାମୁଚ-ଜିରା ଗୁଣ୍ଡ, ୪ ଚାମୁଚ-ଧନିଆ ଗୁଣ୍ଡ, ୧ ଚାମୁଚ-ଡ଼ାଲଚିନି ଗୁଣ୍ଡ, ୨ ଚାମୁଚ -ହଳଦି ଗୁଣ୍ଡ, ୨ ଚାମୁଚ-ରସୁଣ ବଟା, ୧୫ ଟି-କାଠି, ଆବଶ୍ୟକ ଅନୁଯାୟୀ ତେଲ, ଲୁଣ ଓ କାକୁଡ଼ି ନେବେ ।

ପ୍ରସ୍ତୁତି – ପ୍ରଥମେ ଚିଙ୍ଗୁଡ଼ିକୁ ଭଲ କରି ସଫା କରି ଧୋଇ କାଠିରେ ତେଲ ଲଗାଇ ଗୁନ୍ଥି ଦିଅନ୍ତୁ । ବର୍ତମାନ ଗୁନ୍ଥା ହୋଇଥିବା ଚିଙ୍ଗୁଡ଼ିକୁ କିଛି ସମୟ ଲେମ୍ବୁ ରସରେ ରଖନ୍ତୁ । ଧନିଆ, ହଳଦି, ରସୁଣ, ଜିରା, ଗୁଜୁରାତି, ଲାଲ ଲଙ୍କା ଓ ଡାଲଚିନି ଗୁଣ୍ଡକୁ ତେଲରେ ଭଲ ଭାବରେ ମିଶାଇ ମସଲା ପ୍ରସ୍ତୁତ କରନ୍ତୁ । ଏହି ମସଲାକୁ ଚିଙ୍ଗୁଡ଼ି ମଧରେ ଭଲ ଭାବରେ ଲଗାଇ ଦିଅନ୍ତୁ । ଏହାକୁ ୬ ଘଣ୍ଟା ଘୋଡ଼ାଇ ରଖନ୍ତୁ । ତା’ପରେ ଏଗୁଡ଼ିକ ଓଭାନ୍ କିମ୍ବା ତନ୍ଦୁରରେ ବେକ୍ କରନ୍ତୁ । ବର୍ତ୍ତମାନ ପ୍ରନ ବଟରଫ୍ଲାଇ ପୁରା ପ୍ରସ୍ତୁତ ହୋଇଗଲା । ଏହାକୁ ଛୋଟ ଛୋଟ ଖଣ୍ଡ କରି କାକୁଡ଼ି ସହ ପରିବେଷଣ କରନ୍ତୁ ।

Leave a Reply

error: Content is protected !!