ତନ୍ଦୁରୀ ପାମ୍ପଲେଟ୍
Non- Vegetarian Other Regional Foods

ତନ୍ଦୁରୀ ପାମ୍ପଲେଟ୍

ଉପକରଣ-ପାମ୍ପଲେଟ୍ ମାଛ -୬୦୦ ଗ୍ରାମ, ସୋରିଷ ବଟା-୧୦ ଗ୍ରାମ୍, ଅଦା ବଟା୧୦ ଗ୍ରାମ୍, ରସୁଣ ବଟା-୧୦ ଗ୍ରାମ୍, ଲେମ୍ବୁ -୨ଟା, ଗରମ ମସଲା-୫ ଗ୍ରାମ, ଜିରା ଗୁଣ୍ଡ-୫ ଗ୍ରାମ୍, ଲଙ୍କା ଗୁଣ୍ଡ-୫ ଗ୍ରାମ୍, ସୋରିଷ ତେଲ-୩ଚାମୁଚ, ଆଚାର (ପିନିଲା)-୧୦ ଗ୍ରାମ, ଲାଲ ର°ଗ-୨ ଗ୍ରାମ୍ ଓ ଆବଶ୍ୟକ ଅନୁସାରେ ଲୁଣ ନେବେ ।

ପ୍ରସ୍ତୁତି – ପ୍ରଥମେ ପାମ୍ପଲେଟ୍ ମାଛରୁ ପିତ୍ତକୁ କାଟି ବାହାର କରି ଏହାର ଉପରି ଭାଗକୁ ଛୁରୀରେ ଦୁଇ ଭାଗ କରି କାଟି ଦିଅନ୍ତୁ । ଏହା ପରେ ମାଛକୁ ଭଲ ଭାବରେ ଧୋଇ ସଫା କରି ଦିଅନ୍ତୁ । ଗୋଟିଏ ପାତ୍ରରେ ଅଦା ବଟା, ଲେମ୍ବୁରସ, ରସୁଣ ବଟା, ଲାଲ ରଙଗ, ଗରମ ମସଲା ଗୁଣ୍ଡ, ସୋରିଷ ବଟା, ଜିରା ଗୁଣ୍ଡ, ଆଚାର, ଲଙ୍କା ଗୁଣ୍ଡ, ସୋରିଷ ତେଲ ଏବଂ ଆବଶ୍ୟକ ପରିମାଣରେ ଲୁଣ ପକାଇ ଫେଣ୍ଟି ଦିଅନ୍ତୁ । କିଛି ସମୟ ପରେ ପାମ୍ପଲେଟ୍ ମାଛକୁ ଏହି ମିଶ୍ରଣରେ ଭଲ କରି ଗୋଳାଇ ୩୦ ମିନିଟ୍ ରଖନ୍ତୁ ।

ତନ୍ଦୁରୀ କାଠିରେ ମାଛକୁ ଫୋଡ଼ି ତନ୍ଦୁରୀ ମଧରେ ଏହାକୁ ୧୫ ମିନିଟ ବା ପ୍ରସ୍ତୁତ ପର୍ଯ୍ୟନ୍ତ ରଖନ୍ତୁ । ଯେତେବେଳେ ମାଛରୁ ପାଣି ଶୁଖିଯାଇ ଲାଲ ରଗ ପଡ଼ିଯିବ ସେତେବେଳେ ଏହାକୁ ବାହାର କରି ଦିଅନ୍ତୁ । ମାଛକୁ କାଠିରୁ ବାହାର କରି ସେଥିରେ ପିଆଜ କଟା, ଗାଜର କଟା, ବିଲାତି ବାଇଗଣ କଟା, କଟା କାକୁଡ଼ି ଓ ଲେମ୍ବୁ ଦେଇ ପରିବେଷଣ କରନ୍ତୁ ।

Leave a Reply

error: Content is protected !!