ସାମି କବାବ
Non-Vegetarian Other Regional Foods

ସାମି କବାବ

୫୦୦ ଗ୍ରାମ ମଟନ କିମା
୧/୨ କପ ଚନା ( ଶୋଲା ବୁଟ ) ଡାଲି
୨ ଚାମୁଚ ଘିଅ
୧ ଦାଳଚିନ କାଠି
୧ ଜାଇଫଳ
୩ ଲବଙ୍ଗ
୧ ତେଜ ପତ୍ର
୨ ଅଳେଇଚ
୭ ଗୋଲମରିଚ
୧ ଗୁଜୁରାତି
୧/୨ ଚାମୁଚ ଲୁଣ
୧/୨ ଚାମୁଚ ଲାଲ ଲଙ୍କା ଗୁଣ୍ଡ
୧ କପ ପାଣି
୧ ପିଆଜ
୧ କଞ୍ଚା ଲଙ୍କା
୧/୨ ଲେମ୍ବୁୁ
ଗୋଟେ ପାତ୍ରରେ ଅଧ କପ ଶୋଲା ( ଚଣା ) ଡାଲି ଅଧ ଘଣ୍ଟା ପର୍ଯ୍ୟନ୍ତ ବତୁରାଇ ଦିଅନ୍ତୁ । ଗ୍ୟାସ ଲଗାଇ ପ୍ରେସର କୁକରରେ ଦୁଇ ଚାମୁଚ ଘିଅ ଗରମ କରନ୍ତୁ ତାପରେ ତେଜପତ୍ର, ଦାଲଚିନି ଖଣ୍ଡ, ଜାଈଫଳ ଗୁଣ୍ଡ , ଅଳେଇଚ, ଗୁଜୁରାତି ପକାଇ କିଛି ସମୟ ଭାଜିଦିଅନ୍ତୁ । ଅଧ ଗ୍ଲାସ ପାଣି ଦେଈ ମଟନ କିମା ପକାଇ, ପ୍ରେସର ଢାଙ୍କୁଣି ଦେଈ ଦିଅ । ଦୁଇଟି ପ୍ରେସର ହୁଈସିଲ ପରେ କିମା ସିଜିଛିକି ନାହିଁ ଦେଖିଦିଅନ୍ତୁ । ପାଣି କଛି ଥିଲେ ପାଣି ମାରି ଦିଅନ୍ତୁ । ଆପଣଙ୍କ ପାଖରେ ସୁଖିଲା କିମା ପ୍ରସ୍ତୁତ । ଏହାପରେ କିମା ଗ୍ରାଇଣ୍ଡ କରି ଆଉ ଗୋଟେ ପାତ୍ରକୁ କାଢି ଫ୍ରିଜରରେ ରଖିଦିଅନ୍ତୁ ।

ବତୁରା ଡାଲିରେ କପେ ପାଣି ଦେଇ ବାଟି ଦିଅନ୍ତୁ । ଡାଲି ବଟାରେ କିମା ବଟା,ଚୁନି ଚୁନି ପିଆଜ କଟା, କଟା କଞ୍ଚା ଲଙ୍କା, ଲାଲ ଲଙ୍କା ଗୁଣ୍ଡ ଏବଂ ଲେମ୍ବୁ ରସ, ଆବଶ୍ୟକ ଅନୁଯାଇ ଲୁଣ ଦେଇ ଗୋଳାଇ ଦିଅନ୍ତୁ । ଅନ୍ୟ ଏକ ପାତ୍ରରେ ବରା ପରି ଗଢନ୍ତୁ, ଫ୍ରିଜରେ କିଛି ସମୟ ( 10 ମିନଟ ) ରଖିଦିଅନ୍ତୁ ।ପରେ ବରା ଗୁଡିକ ହାଲକା ସୁନେଲି ହେବା ପର୍ଯନ୍ତ ଛାଣି ନିଅନ୍ତୁ। ଆପଣ ଗଢା ବରା ଗୁଡିକ ସେକି ବି ପାରନ୍ତି ।

ନିଜ ଈଛାରେ ସଜାନ୍ତୁ ସୁଆଦିଆ ସାମି କବାବର ଆନନ୍ଦ ନିଅନ୍ତୁ ।

error: Content is protected !!