Non-Vegetarian Other Regional Foods

ଡ୍ରାଗନ ଚିକେନ୍

ଉପକରଣ – ୨ କିଲୋ-ହାଡ଼ ବିହୀନ ଚିକେନ୍‌କୁ-୮୦ ଖଣ୍ଡ କରି ପରିଷ୍କାର କରନ୍ତୁ । ସେଥିରେ ୮ଟି-କଞ୍ଚା ଅଣ୍ଡା, ଅଜିନା ମାଟୋ-୧୦ ଗ୍ରାମ, ବେକିଙ୍ଗ ପାଉଡ଼ର-୧୦ ଗ୍ରାମ, କର୍ଣ୍ଣ ଫୋର-୨୦୦ ଗ୍ରାମ, ହଳଦିଆ ର°ଗ-୨୦ ମି.ଲି ଓ ଆବଶ୍ୟକ ପରିମାଣରେ ଲୁଣ ଦେଇ ଭଲ କରି ଫେଣ୍ଟିବେ । ଗରମ ତେଲରେ ଚିକେନ୍‌କୁ ଭଲ କରି ଛାଣିବେ । ଏହାକୁ ବାହାର କରି ଅଲଗା ରଖିବେ । ଗରମ ତେଲରେ ବଟର ୨୦୦ ଗ୍ରାମ୍, ବଟା ରସୁଣ ୧୫୦ ଗ୍ରାମ୍ ଓ ବଟା କଞ୍ଚାଲଙ୍କା ୧୦ ଗ୍ରାମ୍ ମିଶାଇ ଭଲ କରି ଭାଜିବେ । ଏହା ବାଦାମୀ ରଙଗ ହୋଇ ଆସିଲେ ୫୦୦ ଗ୍ରାମର କଟା ପିଆଜ ସେଥିରେ ପକାଇ ପୁଣି ଭାଜିବେ । ସେଥିରେ ଗରମ ପାଣି ୨କପ ଦେବେ’ । ଧଳା ଗୋଲମରିଚ ଗୁଣ୍ଡ ୫ଗ୍ରାମ, ବିଲାତି ବାଇଗଣ ସସ୍ ୨୦୦ ଗ୍ରାମ, ସୋୟାବିନ ସସ୍ ୫୦ ଗ୍ରାମ୍ ଓ ଲୁଣ ଦେଇ ଭଲ କରି ଫୁଟି ତରକାରୀ ପ୍ରସ୍ତୁତ ହୋଇଗଲେ ଏହାକୁ ତଳକୁ ଓହ୍ଲାଇବେ । ଏଥର ଡ୍ରାଗନ ଚିକେନ୍ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!