Non-Vegetarian Other Regional Foods

କାଠି କବାବ୍

ଉପକରଣ – ହାଡ଼ ନଥିବା ଚିକେନ୍-୪୦୦ ଗ୍ରାମ, ଗରମ ମସଲା-୨୦ ଗ୍ରାମ, ତେଲଛଅ ଚାମୁଚ, ବଡ଼ କାଗଜିଲେମ୍ବୁ-୨ଟା, ଦରକାର ଅନୁସାରେ ଲୁଣ, ଅଦା, ରସୁଣ, କଞ୍ଚାଲଙ୍କା ଓ ଧନିଆ ପତ୍ର ନେବେ ।
ପ୍ରସ୍ତୁତି – ପ୍ରଥମେ ଚିକେନ୍‌କୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ଭଲ କରି ଧୋଇ ସଫା କରି ଏଥିରେ ଲୁଣ ଓ ଲେମ୍ବୁରସ ଦେଇ ରଖନ୍ତୁ । ଅଦା ଓ ରସୁଣକୁ ବାଟି ଚିକେନରେ ମିଶାଇ ଦିଅନ୍ତୁ । ତା’ପରେ ଏଥିରେ ଗରମ ମସଲା ଓ ତେଲକୁ ଭଲ କରି ମିଶାନ୍ତୁ । ଏହାକୁ ଘୋଡ଼ାଇ ନିଆଁ ମଧ୍ୟରେ (ସିକ୍ ଭିତରେ) ୨୦ ମିନିଟ ରଖନ୍ତୁ । ବର୍ତ୍ତମାନ କାଠି କବାବ୍ ପ୍ରସ୍ତୁତ ହୋଇଗଲା । କାଠି କବାବ୍ ଉପରେ କଟା କାକୁଡ଼ି, ପିଆଜ ଓ ବିଲାତି ଦେଇ ପରିବେଷଣ କରନ୍ତୁ ।

Leave a Reply

error: Content is protected !!