Non-Vegetarian Other Regional Foods

ମାଛ ବିରିଆନି

ଉପକରଣ – ୧ କିଲୋ-ବାସୁମତୀ ଚାଉଳ, ୧କିଲୋ-ବଡ଼ ରୋହି ମାଛ, ୮ଟିପିଆଜ, ରସୁଣ- ୧୨ କୋଲା, ତେଜ ପତ୍ର-୪ଟା, ଗୁଜୁରାତି-୪ଟି, ଢ଼ାଲଚିନି-୪ ଖଣ୍ଡ, ଲବଂଗ୮ଟି, ଅଦା-୬ ସେ.ମିର ଖଣୋ, ଘିଅ-୪ ଟେବୁଲ ଚାମୁଚ, ଲାଲ। ଲଙ୍କା-୧-୨ ଟି, ଆବଶ୍ୟକ ଅନୁସାରେ ଲୁଣ, ହଳଦି ଗୁଣ୍ଡ ଓ ତେଲ ନେବେ ।

ପ୍ରସ୍ତୁତି – ପ୍ରଥମେ ୪ଟି ଅଦା ଓ ରସୁଣ ମିଶାଇ ଭଲ କରି ବାଟି ଦେବେ । ଗରମ ତେଲରେ ଲୁଣ ଓ ହଳଦୀ ମିଶାଇ ମାଛ ଗୁଡ଼ିକୁ ଭଲ କରି ଭାଜି ଅଲଗା ରଖିବେ । ସେଇ ତେଲରେ ବଟା ମସଲା ଓ ବିଲାତି ବାଇଗଣ ମିଶାଇ ଭଲ କରି ଘାଣ୍ଟି କଷିବେ । ମସଲା ଭଲ କରି କଷି ହୋଇଗଲେ ଏଥିରେ ମାଛ ମିଶାଇ ଭଲ ଭାବରେ କଷି ମସଲା ମାଛ କରି ଅଲଗା ରଖନ୍ତୁ । ଗରମ ତେଲ କରେଇରେ ତେଜପତ୍ର, ଅଳେଇଚ, ଗୁଜୁରାତି, ଡ଼ାଲଚିନି ଓ ଲବଂଗ ଫୁଟାଇ ଦିଅନ୍ତୁ । ସେଥିରେ ସରୁ ସରୁ ପିଆଜ କାଟି ପକାଇ ଭଲ ଭାବରେ ଭାଜି ଲାଲ ହୋଇଗଲେ ସେଥିରେ ଦ୍ବିଗୁଣ ପାଣି ଦିଅନ୍ତୁ । ଏହା ଲାଲ ହୋଇଗଲେ ସେଥିରେ ମସଲା ମାଛ ଦେଇ ଭାତକୁ ଗୋଳାଇ ଦିଅନ୍ତୁ । ଏହା ଉପରେ ଘିଅ ଦେଇ ଘୋଡ଼ାଇ ଦିଅନ୍ତୁ । ଏଥର ମାଛ ବିରିଆନି ପ୍ରସ୍ତୁତ ହୋଇଗଲା

Leave a Reply

error: Content is protected !!