Other Regional Foods

ମାଡ୍ରାସୀ ହରଡ଼ ଡ଼ାଲି

ଉପକରଣ – ହରଡ଼ ଡ଼ାଲି-୨୫୦ ଗ୍ରାମ୍, କଞ୍ଚାଲଙ୍କା-୨ଟି, ପିଆଜ-୧ଟି, ଅଦା ଛୋଟ ଖଣ୍ଡେ, ସୋରିଷ-ଛୋଟ ଚାମୁଚ, ମେଥି-ଛୋଟ ଚାମୁଚ, ଶୁଖୁଲା ଲଙ୍କା୧ଟି, ତେଲ-୧୫ ଗ୍ରାମ୍, ରସୁଣ-୩କୋଲା, ନଡ଼ିଆ କୋରା- ୪ ଚାମୁଚ ଆବଶ୍ୟକ ଅନୁସାରେ ଲୁଣ ଓ ହଳଦି ନେବେ ।

ପ୍ରସ୍ତୁତି – ପ୍ରଥମେ ଲୁଣ ଓ ହଳଦି ଦେଇ ଡ଼ାଲିକୁ ସିଝାଇ ଦିଅନ୍ତୁ । ୨ ଚାମୁଚ ନଡ଼ିଆ କୋରା, କଞ୍ଚାଲଙ୍କା, ରସୁଣ, ଅଦା ଓ ପିଆଜ ଫାଳେ ପକାଇ ଭଲକରି ବାଟିଦିଅନ୍ତୁ । ଏହି ବଟା ମସଲାକୁ ସିଝା ଡ଼ାଲିରେ ମିଶାଇ ଦିଅନ୍ତୁ । ଗରମ ତେଲ କରେଇରେ ଶୁଖୁଲା ଲଙ୍କାକୁ ଛିଣ୍ଡାଇ ପକାନ୍ତୁ । ଲଙ୍କା ଲାଲ ହୋଇ ଭାଜି ହୋଇଗଲେ ସେଥିରେ ସୋରିଷ ଓ ମେଥିକୁ ପକାଇ ଦିଅନ୍ତୁ । ତା’ପରେ କଟା ପିଆଜ ଓ ନଡ଼ିଆ କୋରା ପକାଇ ଭଲ କରି ଘାଣ୍ଟି ଦିଅନ୍ତୁ । ଶେଷରେ ସିଝା ଡ଼ାଲିକୁ କରେଇରେ ପକାଇ ଭଲ କରି ଫୁଟିଲା ପରେ ତଳକୁ ଓହ୍ଲାଇ ଦିଅନ୍ତୁ । ଏଥର ମାଡ୍ରାସୀ ହରଡ଼ ଡ଼ାଲି ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!