Non-Vegetarian Other Regional Foods

ମାଂସ ବିରିଆନି

ଉପକରଣ – ମାଂସ-ଦୁଇ କିଲୋ, ଡେରାଡୁନ କିମ୍ବା ବାସୁମତୀ ଚାଉଳ-୧ କିଲୋ , ଅମୃତ ଭଣ୍ଡା-୫୦୦ ଗ୍ରାମ, ପିଆଜ (ବଡ଼)-୪ଟା, ରସୁଣ-୨ଟା, ଅଦା ଖଣ୍ଡେ, ଦହି-୨କପ, ଲଙ୍କା ଗୁଣ୍ଡ-୧ ଚାମୁଚ, ଲବଂଗ-୧୦ଟି, ଲେମ୍ବୁରସ-୨ ଚାମୁଚ, କ୍ଷୀର-ଦୁଇ କପ, ଗରମ ମସଲା-୨ ଚାମୁଚ, କେଶର-୮ଖଣ୍ଡ, ଘିଅ-୪ଚାମୁଚ, ଅଟା ଚକଟା କିଛି, ଧନିଆ ପତ୍ର ଗୁଣ୍ଡ ଦୁଇ ଚାମୁଚ, ପୋଦିନା ପତ୍ର ଦୁଇ ବିଡ଼ା, ଆବଶ୍ୟକ ପରିମାଣରେ ହଳଦି ଓ ଲୁଣ ନେବେ ।

ପ୍ରସ୍ତୁତି – ପ୍ରଥମେ ଭାତ କରିବା ଲାଗି ପାଣି ଫୁଟାନ୍ତୁ । ସେଥିରେ ଗୋଟିଏ କନାମଧରେ ଲବଂଗ, ଡ଼ାଲଚିନି, ତେଜ ପତ୍ର ଓ ଲୁଣ ମିଶାଇ ବାନ୍ଧି ପୁଡ଼ାଟିଏ କରି ତା’ମଧରେ ପକାଇ ଦିଅନ୍ତୁ । ତା’ପରେ ସେଥିରେ ଚାଉଳ ପକାଇ ଫୁଟାନ୍ତୁ । ଚାଉଳ ଟାଣ ଥିବା ସମୟରେ ଏଥିରୁ ପେଜ, ଗାଳି ଦିଅନ୍ତୁ । ଗାଳିବା ସମୟରେ ଉକ୍ତ ପୁଡ଼ାଟିକୁ ବାହାର କରି ଦିଅନ୍ତୁ । ଭାତକୁ ଚାପା ଦେଇ ରଖନ୍ତୁ । ମାଂସରେ ଅମୃତ ଭଣ୍ଡା ଗୋଳାଇ ରଖନ୍ତୁ ।ବିରିଆନି ପାଇଁ ଖୋଲା ମୁହଁ ବାଲା ପାତ୍ର ରଖନ୍ତୁ । ଘିଅ ଗରମ କରି ସେଥିରେ କଟା ପିଆଜ ପକାଇ ଭଲ କରି ଭାଜନ୍ତୁ । ଏହାକୁ ଅଲଗା ରଖନ୍ତୁ । ସେହି ପାତ୍ରରେ ମାଂସ, ବଟା ମସଲା ଓ ଦହି ପ୍ରଭୃତି ସମସ୍ତ ମସଲା ପକାଇ ଗୋଳାଇ ରଖନ୍ତୁ । ଦୁଧରେ କେଶର ପକାଇ ଗୋଳାଇ ରଖନ୍ତୁ । ମାଂସ କଷା ହେବା ପରେ ଧନିଆ ପତ୍ର, ପୋଦିନା ପତ୍ର, ଭଜା ପିଆଜ, ଲେମ୍ବୁ ରସ, କ୍ଷୀର ମିଶା କେଶର ଓ ଲୁଣ ପ୍ରଭୃତି ଭଲ କରି ଗୋଳାଇ ଦିଅନ୍ତୁ ।ମାଂସ ଅଧାରୁ ଅଧୁକ ସିଝିବା ପରେ ଏହା ଉପରେ ପୂର୍ବରୁ ପ୍ରସ୍ତୁତ ଟାଣ ଟାଣ ଭାତକୁ ଖେଳାଇ ରଖି ଦିଅନ୍ତୁ । ଏହାର ମୁହଁ ବନ୍ଦ କରି ଅଟାର ଚକଟାକୁ ମୁହଁ ଚାରିପଟେ ଦେଇ ବନ୍ଦ କରି ଦିଅନ୍ତୁ । ଫଳରେ ଗ୍ୟାସ ବାହାରି ପରିବ ନାହିଁ । ମାଂସ ବିରିଆନି ପ୍ରସ୍ତୁତ ହୋଇଗଲା ପରେ ଗୋଟିଏ କଡ଼ରୁ କାଟି କାଟି ପରିବେଷଣ କରନ୍ତୁ ।

Leave a Reply

error: Content is protected !!