Non-Vegetarian Other Regional Foods

ମାଂସ କବାବ୍

ଉପକରଣ – ହାଡ଼ ନଥୁବା ଛୋଟ ଛୋଟ ମାଂସ-୧ କିଲୋ, ହଳଦି ଗୁଣ୍ଡ-୨ ଚାମୁଚ,ଲଙ୍କା ଗୁଣ୍ଡ-୨ ଚାମୁଚ, ଶାହି ଜିରା-୧୦ ଗ୍ରାମ, ତଟକା ଦହି-୧ କିଲୋ, ବଡ଼ ଅଳେଇଚ-୬ଟା,ଅଦା ବଟା-୨ ଚାମୁଚ, କଟା ପିଆଜ-୨୦୦ ଗ୍ରାମ୍, ଦରକାର ଅନୁସାରେ ଲୁଣ, କଟା ଧନିଆ ପତ୍ର ଓ ପାଣି ନେବେ ।

ପ୍ରସ୍ତୁତି – ପ୍ରଥମେ ମାଂସରେ ଗୋଟିଏ ଚାମୁଚ ହଳଦି, ଗୋଟିଏ ଚାମୁଚ ଲଙ୍କା ଗୁଣ୍ଡ, ସାହି ଜିରା ଓ ଅଳ୍ପ, ଲୁଣ ଦେଇ ଗୋଳାଇ ରଖନ୍ତୁ । ଏହାକୁ ୩୨ଟା ଚେପଟା ଆକାରର ଗୁଳା ତିଆରି କରି ତେଲରେ ଛାଣି ଅଲଗା ରଖିବେ । ଗୋଟିଏ ପାତ୍ରରେ ଦହି ଓ ପାଣିକୁ ଢ଼ାଳି ଗରମ କରନ୍ତୁ । . ସେଥିରେ ଅଳେଇଚ, ଡ଼ାଲଚିନି, ବଳକା ହଳଦୀ, ଲଙ୍କା ଗୁଣ୍ଡ ଓ ବଟା ଅଦା ପକାନ୍ତୁ । ପିଆଜକୁ ଭଲ ଭାବରେ ଭାଜି ସେଥିରେ ମିଶାନ୍ତୁ ଓ ଘାଣ୍ଟନ୍ତୁ । ଏହା ବହଳିଆ ହୋଇ ଯିବାପରେ ଛଣା ମାଂସ ଚପକୁ ସେଥିରେ ମିଶାନ୍ତୁ । ଅଳ୍ପ ଆଞ୍ଚରେ ଏହାକୁ ବସାନ୍ତୁ । ମାଂସ କବାବ ହୋଇଗଲେ କଟା ଧନିଆ ପତ୍ର ଉପରେ ଦେଇ ପରିବେଷଣ କରନ୍ତୁ ।

Leave a Reply

error: Content is protected !!