Non-Vegetarian Other Regional Foods

ମା°ସ ମୋଗଲାଇ

ଉପକରଣ – ମାଂସ-୧ କିଲୋ, ଶୁଖିଲା ଲାଲ ଲଙ୍କା-୧୦ ଗ୍ରାମ୍, ରସୁଣ-୨ଟା, ଧନିଆ୨ ଚାମୁଚ, ତେଲ-୧୦୦ଗ୍ରାମ, ଆଳୁ-୫୦୦ ଗ୍ରାମ, ବିଲାତି ବାଇଗଣ-୪୦୦ ଗ୍ରାମ, ଭିନେଗାର୧କପ, ଜିରା-୨ ଚାମୁଚ, ପିଆଜ-୨୦୦ ଗ୍ରାମ, ମଟର – ୧୦୦ ଗ୍ରାମ୍, ସିଝା ଅଣ୍ଡା – ୧୦ଟା, ଆବଶ୍ୟକ ଅନୁସାରେ ଲୁଣ ଓ ହଳଦି ନେବେ ।

ପ୍ରସ୍ତୁତି – ପ୍ରଥମେ ଧନିଆ, ଜିରା, ରସୁଣ, ଲଙ୍କା ଓ ଭିନେଗାରକୁ ବାଟି ଦିଅନ୍ତୁ । ଗରମ ତେଲ ପାତ୍ରରେ କଟା ପିଆଜ ଭାଜନ୍ତୁ । ପିଆଜ ଲାଲ ହୋଇଗଲେ ସେଥିରେ ବଟା ମସଲା, ବଳିଥିବା ତେଲ, ଭିନେଗାର ଓ ବିଲାତି ପକାଇ କଷନ୍ତୁ । ଏଥିରେ ମାଂସ ପକାଇ ଭଲ ଭାବରେ ଘାଣ୍ଟନ୍ତୁ । ମାଂସରୁ ତେଲ ଅଲଗା ବାହାରିଲେ ସେଥିରେ ଗରମ ପାଣି ଦେଇ ସିଝାନ୍ତୁ । ଚୋପା ଛଡ଼ା ଆଳୁକୁ କାଟି ମାଂସ ସିଝିଗଲେ। ସେଥିରେ ପକାନ୍ତୁ । ମଟର ମଞ୍ଜି ମଧ୍ୟ ପକାଇ ଘୋଡ଼ାଇ ଦିଅନ୍ତୁ । ଏହା ଅଳ୍ପ ସିଝିଗଲେ ସିଝା ଅଣ୍ଡାକୁ ଚାରି ଖଣ୍ଡ ସେଥିରେ ପକାନ୍ତୁ । ଝୋଳ ବହଳିଆ ହୋଇଗଲେ ତଳକୁ ଓହ୍ଲାଇ ଦିଅନ୍ତୁ । ଏଥର ମାଂସ ମୋଗଲାଇ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!