Non-Vegetarian Other Regional Foods

ମେଥି ଚିକେନ୍

ଉପକରଣ – ଚିକେନ୍-୫୦୦ ଗ୍ରାମ, ବଟା ଅଦା-୨୫ ଗ୍ରାମ୍, ବଟା, ରସୁଣ-୨୫ ଗ୍ରାମ୍, କଟା ପିଆଜ-୨୫୦ ଗ୍ରାମ୍, ଲଙ୍କା ଗୁଣ୍ଡ ଅଧ ଚାମୁଚ, ରିଫାଇନ୍ ତେଲ-୧୦୦ ଗ୍ରାମ, କସ୍ତୁରୀ ମେଥି-୧ ଚାମୁଚ, ଆବଶ୍ୟକ ଅନୁସାରେ ଧନିଆ ପତ୍ର, ପୋଦିନା ପତ୍ର, ଭୃଷଙ୍ଗା ପତ୍ର, ଲୁଣ ଓ ପାଣି ନେବେ ।
ପ୍ରସ୍ତୁତି – ପ୍ରଥମେ ଚିକେନ୍‌କୁ-୫ ପିସ୍ କରି କାଟି ଧୋଇ ଦେବେ । ଗରମ ତେଲ କରେଇରେ ଚିକେନକୁ ଛାଣି ରଖନ୍ତୁ । ଏହି ତେଲରେ କଟା ପିଆଜ ପକାଇ ଭାଜନ୍ତୁ । ଏହା ଭଲ କରି ଭାଜି ହୋଇଗଲେ ସେଥିରେ ବଟା ଅଦା, ବଟା ରସୁଣ ଓ ଲଙ୍କା ଗୁଣ୍ଡ ପକାଇ ଭଲ କରି ଭାଜି ଦିଅନ୍ତୁ । ଏଥିରେ ଦରକାର ମୁତାବକ ଲୁଣ ଦେବେ । ଏହା ଭଲ କରି ଭାଜି ହୋଇଗଲେ ସେଥିରେ ଛଣା ଚିକେନକୁ ପକାଇ ଭଲ ଭାବରେ ଘାଣ୍ଟନ୍ତୁ । ଏଥିରେ ଆବଶ୍ୟକ ମୁତାବକ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ ।
ଚିକେନ ସିଝି ଯିବା ପରେ ସେଥିରେ କସ୍ତୁରୀ ମେଥି, ଧନିଆ ପତ୍ର, ପୋଦିନା ପତ୍ର ଓ ଭୂଷଙ୍ଗ ପତ୍ର କଟା ପକାଇ ଦୁଇ ମିନିଟ ଫୁଟିଲା ପରେ ତାକୁ ଓହ୍ଲାଇ ଦେବେ । ଏଥର ମେଥି ଚିକେନ୍ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!