Other Regional Foods

ମୋଗଲାଇ ପଲାଉ

ଉପକରଣ – ବାସୁମତୀ ଚାଉଳ-୫୦୦ ଗ୍ରାମ୍, ବିଲାତି ବାଇଗଣ-୪୦୦ ଗ୍ରାମ, ନଡ଼ିଆ କୋରା-୪ଚାମୁଚ, ବଟର -୨୦୦ ଗ୍ରାମ୍, ଘିଅ-୧୦୦ ଗ୍ରାମ୍, କଞ୍ଚାଲଙ୍କା -୪ଟି, ନାଲିଲଙ୍କା-୪ଟି, ଲବଙ୍ଗ-୫ଟି, ଗୁଜୁରାତି-୫ଟି, ଢ଼ାଲିଚିନି-୫ଟି, ଭୂସୁଙ୍ଗା ପତ୍ର – ୧୩ଟା, ପିଆଜ (ବଡ଼)-୪ଟି, କାଜୁ- ୩୦ଟି, ବାଦାମ-୧୦ଟି, ଅଦା-୩ ଇଞ୍ଚରେ ଖଣ୍ଡେ, ଜିରା-୨ ଚାମୁଚ, ଧନିଆ-୨ ଚାମୁଚ, ଚିନି-୨ ଚାମୁଚ, ଓ ଲୁଣ- ୨ ଚାମୁଚ ନେବେ ।

ପ୍ରସ୍ତୁତି- ପ୍ରଥମେ ଚାଉଳକୁ ଦରସିଝା ଭାତ କରନ୍ତୁ । ଏହା ଯେପରି ଗୋଟା ଗୋଟା ରହିବ ସେଥିପ୍ରତି ଦୃଷ୍ଟି ଦେବେ । କରେଇରେ ବଟର ଗରମ କରି ଭାତ, ଚିନି ଓ ଲୁଣ ପକାଇ ଅଳ୍ପ । ଆଞ୍ଚରେ ରଖନ୍ତୁ । ଗରମ ଘିଅ କରେଇର ବଟା ମସଲାକୁ କିଛି ସମୟ ଭାଜନ୍ତୁ । ଏଥିରେ ବିଲାତି ବାଇଗଣ, ଚିନି ଓ ଲୁଣ ଦିଅନ୍ତୁ । ତା’ପରେ କଷା ମସଲା ଓ ଫଳରସ ସହିତ ସବୁ ଲୁଣ ଦିଅନ୍ତୁ । ଏଥର ମୋଗଲାଇ ପଲାଉ ପ୍ରସ୍ତୁତ ହୋଇଗଲା । ଏହାକୁ ସସ୍ ସହିତ ପରିବେଷଣ କରନ୍ତୁ ।

Leave a Reply

error: Content is protected !!