Non-Vegetarian Other Regional Foods

ପ୍ରନ୍ ଚିକେନ୍ ଅଫଦାନୀ

ପ୍ରସ୍ତୁତି – ପ୍ରଥମେ ପ୍ରନ୍-୫୦୦ ଗ୍ରାମ୍ ଓ ଚିକେନ୍ ୫୦୦ ଗ୍ରାମକୁ ଛୋଟ ଛୋଟ କିମା ତିଆରି କରିବେ । ସେଥିରେ ଧନିଆ ପତ୍ର ୪୦ ଗ୍ରାମ, ବଟା ଅଦା ରସୁଣ ୬୦ ଗ୍ରାମ୍, ଅଜିନା ମାଟୋ ୫ଗ୍ରାମ ଓ ଲୁଣ ମିଶାଇ ଦେବେ । ସେହି ମିଶ୍ରଣକୁ ହାତରେ ୨୦ଟି ଗୋଳା ପ୍ରସ୍ତୁତ କରିବେ । ଗରମ ତେଲରେ ଏହାକୁ ଛାଣି ଅଲଗା ରଖିବେ । ତେଲ ଗରମ କରି ସେଥିରେ ଗରମ ମସଲା ୫.୦ ଗ୍ରାମ୍, ବଟା ଅଦା ଓ ରସୁଣ ୪୦ ଗ୍ରାମ ଓ ବଟା ପିଆଜ ୧ କିଲୋ ଦେଇ ଭଲ କରି ଭାଜିବେ । ଏହା ଭାଜି ବାଦାମୀ ର°ଗ ହୋଇଗଲେ ଚାର, ମଗଜ ୨୦୦ ଗ୍ରାମ୍ ଓ ବଟା କାକୁ ୨୦୦ ଗ୍ରାମ୍ ଦେଇ ପୁଣି ଭାଜିବେ । ହଳଦୀ ଗୁଣ୍ଡ ୫୦ ଗ୍ରାମ, ଲଙ୍କା ଗୁଣ୍ଡା ୨୫ ଗ୍ରାମ୍ ଓ ଦରକାର ମୁତାବକ ଲୁଣ ପକାଇ ଲାଲ ରଙଗ ହେଲା ପର୍ଯ୍ୟନ୍ତ ଭାଜି ଅଲଗା ରଖିବେ । ତା’ପରେ ଛେଚା, କଞ୍ଚାଲଙ୍କା ୧୦୦ ଗ୍ରାମ୍ ଓ ଛେଚା, ଅଦା ୩୦ ଗ୍ରାମ, ଭାଜି ପ୍ରସ୍ତୁତ ହୋଇଥିବା ମସଲାକୁ ତା’ଉପରେ ପକାଇ ଦେଇ ୪ଗୁସ ଗରମ ପାଣି ଦେଇ ଭଲ କରି ଘାଣ୍ଟିଦେବେ । ପାଣି ଭଲ କରି ଫୁଟିଗଲା ପରେ ଆଗରୁ ଛଣା ହୋଇଥିବା ୨୦ ଖଣ୍ଡ କୋଫତାକୁ ସେଥିରେ ଦେଇ ଘୋଡ଼େଇ ଦେବେ । ୩୦ ମିନିଟ୍ ପରେ ପାଣି ଶୁଖିଗଲେ ତାକୁ ପ୍ଲେଟରେ ବାଢ଼ି ତା’ ଉପରେ ଗୋଟା କାକୁ · ୧୦୦ ଗ୍ରାମ୍, ଖିସମିସ୍ ୧୦୦ ଗ୍ରାମ୍ ଓ କ୍ରିମ୍ ୧୦୦ ଗ୍ରାମ୍ ଦେଇ ସଜାଇ ଦେବେ । ବର୍ଭମାନ ପ୍ରନ ଚିକେନ୍ ଅଫଦାନୀ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!