ଦହିବରା
Pure Vegetarian

ଦହିବରା

ଉପକରଣ – ଚୋପା ଛଡ଼ା ବିରି – ୧ କିଲୋ, ଚାଉଳ ଚୁନା – ୨୫୦ ଗ୍ରାମ, ତାଜା ଦହି – ୧ କିଲୋ, ଫୁଟଣ – ୨ ଚାମୁଚ, ଭୃସଙ୍ଗୀପତ୍ର – ୨କେରା, ଲଙ୍କା ମରିଚ ଗୁଣ୍ଡ – ୨ ଚାମୁଚ, ଆମ୍ବ କଷିଆ ଅଦା –ଛୋଟ ଖଣ୍ଡେ, ଆବଶ୍ୟକ ଅନୁସାରେ ଛାଣିବା ପାଇଁ ରିଫାଇନ ତେଲ ଓ ଲୁଣ ନିଅନ୍ତୁ ।


ପ୍ରସ୍ତୁତି – ଆଗରୁ ବିରିକୁ ବତୁରାଇ ତାହାକୁ ବାଟି ଦିଅନ୍ତୁ । ଏହି ବିରି ବଟାରେ ଚାଉଳ ଚୁନାକୁ ଭଲ କରି ମିଶାଇ ଦିଅନ୍ତୁ । କଟା ଅଦା ଓ ଲଙ୍କା ଗୁଣ୍ଡକୁ ସେଥିରେ ମିଶାନ୍ତୁ । ତେଲ ଗରମ କରି ଏହାକୁ ବରା ଭଳି ଛାଣି ରଖନ୍ତୁ । ଏହି ବରାକୁ ପାଣିରେ ପକାଇ ଦିଅନ୍ତୁ । ତେଲ ଗରମ କରି ଫୁଟଣ, ପାନ ମଧୁରୀ ଓ ଭୂସଙ୍ଗୀପତ୍ର ପକାଇ ଭଲ କରି ଭାଜନ୍ତୁ । ଦହିରେ ଅଳ୍ପ ପାଣି ମିଶାଇ ଏହି ଫୁଟଣ ଓ ଲୁଣକୁ ସେଥିରେ – ପକାଇ ଭଲ କରି ଗୋଳାଇ ଦେବେ । ଏଥିରେ ପାଣିରେ ପଡ଼ିଥିବା , ବରାକୁ ଆଣି ପକାଇ ଦେବେ । ଏଥର ଦହିବରା ପ୍ରସ୍ତୁତ ହୋଇଗଲା ।

error: Content is protected !!