କାନିକା – ଜଗନ୍ନାଥଙ୍କର ଏକ ପ୍ରଧାନ ଭୋଗ ମହାପ୍ରସାଦ
Pure Vegetarian

କାନିକା – ଜଗନ୍ନାଥଙ୍କର ଏକ ପ୍ରଧାନ ଭୋଗ ମହାପ୍ରସାଦ

କାନିକା ଜଗନ୍ନାଥଙ୍କର ଏକ ପ୍ରଧାନ ଭୋଗ ମହାପ୍ରସାଦ । ଏହା ଚାଉଳ, ଚିନି, ଘିଅ, ଲବଙ୍ଗ ଆଦି ମିଶାଇ ରାନ୍ଧି ତିଆରି କରାଯାଏ । ଏହା ପ‌ହିଲି ଭୋଗବେଳେ ଏବଂ ଅନ୍ୟ ଦିନେ ମଧ୍ୟ ତିଆରି ହୁଏ । ଏହା ଭୋଗ ମଣ୍ଡପ ଭୋଗର ଅଂଶ ଭାବେ ରନ୍ଧା ହୋଇଥାଏ ।

ଉପାଦାନ
ଚାଉଳ – ୧ କିଲୋ-କୃଷ୍ଣଭୋଗ-ବାସୁମତି
ଚିନି – ୩୫୦ ଗ୍ରାମ
ଡାଳଚିନି – ୫୦ ଗ୍ରାମ
ଲବଙ୍ଗ – ୫ ଗ୍ରାମ
ଜାଇଫଳ – ୧/୨ ଚାମଚ ଗୁଣ୍ଡ
କିସମିସ – ୫୦ ଗ୍ରାମ
ଅଳେଇଚ – ୮ ଗୋଟା
ତେଜପତ୍ର – ୨ ଗୋଟା
ଘିଅ – ୨୦୦ ଗ୍ରାମ କିମ୍ବା ୩୦୦ ଗ୍ରାମ
ପାଣି – ୨ କେଜି ବା ୨.୫ କେଜି
ଲୁଣ – ପରିମାଣ ଟିକେ କମ୍ ପକାଇଲେ ଭଲ
ଗୁଜୁରାତି – ୮ରୁ ୧୦ ଗୋଟା

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଚୁଲିରେ ଡେଇକ୍‌ଚି ବସାଇ ପାଣି ଦିଅନ୍ତୁ । ପାଣି ଗରମ ହୋଇ ଆସିଲେ ଡାଲ୍‌ଚିନିକୁ ଅଧାବାଟି ଏଇ ପାଣିରେ ପକାନ୍ତୁ । ଡାଲଚିନି ପୁରା ବାଟି ହେଲେ ବି ଭଲ ହେବ । ଅଳେଇଚ, ଗୁଜୁରାତି ଅଧାଅଧା ଛେଚି ପକାନ୍ତୁ । ତେଜପତ୍ର, ଲବଙ୍ଗ ମଧ୍ୟ ପକାନ୍ତୁ । ପାଣି ଫୁଟି ଆସିଲେ ଚାଉଳ ଏକାଠି ଧୋଇ ଫୁଟିବାଆସିବା ପାଣିରେ ପକାନ୍ତୁ । ଚାଉଳ ଫୁଟି ଆସିଲେ ଲୁଣ ପକାନ୍ତୁ । ଅଧା କାନିକା ହୋଇ ଆସିଲେ ଚିନି ଦେଇ ଗୋଳାନ୍ତୁ । ଅଧା ଘିଅ ପକାନ୍ତୁ । କାନିକା ହୋଇ ଆସିଲେ ବାକି ଡାଲ୍‌ଚିନିକୁ ଗୁଣ୍ଡକରି ପକାନ୍ତୁ । ବାକି ଘିଅକୁ ମଧ୍ୟ ପକାଇ ଗୋଳେଇ ଦେଖନ୍ତୁ । କାନିକା ହୋଇ ଯାଇଥିବ । ତା’ ପରେ ଚୁଲିରୁ ଓହ୍ଲାଇ ଦିଅନ୍ତୁ ।

error: Content is protected !!