Vegetarian

ମିଠା ଡ଼ାଲି

ଉପକରଣ – ହରଡ଼ ଡ଼ାଲି-୨୫୦ ଗ୍ରାମ୍, ଅଦା-ଅଧା ସେ.ମି. ଖଣ୍ଡେ, ସୋରିଷ -3 ଛୋଟ ଚାମୁଚ, ଭଲ ଘିଅ-୧ ଛୋଟ ଚାମୁଚ, ଚିନି-୫ ଚାମୁଚ ଦରକାର ମୁତାବକ ଲୁଣ ଓ ହଳଦି ନେବେ।

ପ୍ରସ୍ତୁତି – ହରଡ଼ ଡ଼ାଲିକୁ ଲୁଣ ଓ ହଳଦି ମିଶାଇ ସିଝାନ୍ତୁ । କିନ୍ତୁ ବେଶୀ ପାଣି ଏଥିରେ ଦେବେ ନାହିଁ । ଫଳରେ ଡ଼ାଲି ମୋଟା ହେବ । ଡ଼ାଲି ସିଝିଗଲେ ସେଥିରେ ଛେଚା, ଅଦା ଓ ଚିନି ଦେଇ ଭଲ କରି ଫୁଟାଇ ଓହ୍ଲାଇ ରଖିବେ । ଗରମ ଘିଅ କରେଇରେ ସୋରିଷ ଫୁଟାଇ ସେଥିରେ ଢ଼ାଲିକୁ ପକାଇ ଦେବେ । ଏହା ପ୍ରସ୍ତୁତ ହୋଇଗଲେ ତଳକୁ ଓହ୍ଲାଇ ଦେବେ । ବର୍ତ୍ତମାନ ମିଠା ଡ଼ାଲି ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!