ମନ୍ଦିର ବେସର

ମନ୍ଦିର ବେସର
ଉପକରଣ :
ବତୁରା ଗୋଟାବୁଟ ୧୫୦ ଗ୍ରାମ୍
ଗୁଆଘିଅ ୧୫୦ ଗ୍ରାମ୍
ଦେଶୀ ଆଳୁ (ଖମ୍ବ ଆଳୁ)
୩୦୦ ଗ୍ରାମ୍,
କଖାରୁ ୨୦୦ ଗ୍ରାମ୍
କୋରା ନଡ଼ିଆ | ୨ କପ୍
ପୋଟଳ ୧୦ ଟା
କନ୍ଦମୂଳ ୧୫୦ ଗ୍ରାମ୍
ନାଡ଼ି ୧୫୦ ଗ୍ରାମ୍,
ଅଦା ଛୋଟ ଖଣ୍ଡ
ଗୋଲମରିଚ ଗୁଣ୍ଡ ୮ ଗ୍ରାମ୍,
ଧନିଆ ଗୁଣ୍ଡ ୧୦ ଗ୍ରାମ୍
ଡାଳଚିନି ୧୫ ଗ୍ରାମ୍
ମଧୁରିଗୁଣ୍ଡ ୧୦ ଗ୍ରାମ୍,
ବଟା ସୋରିଷ ୩୦ ଗ୍ରାମ୍,
ଚିନି ୫୦ ଗ୍ରାମ୍,
‘ ଗୋଟାଜିରା ୧୦ ଗ୍ରାମ୍,
ଦରକାର ଅନୁସାରେ ଲୁଣ, ହଳଦୀ ଗୁଣ୍ଡ ଓ ପାଣି ନେବେ ।
ପ୍ରସ୍ତୁତି :
ପ୍ରଥମେ ପନିପରିବାଗୁଡ଼ିକ ପରିଷ୍କାର ଭାବରେ ଧୋଇ ସଫା କରି ଛୋଟ ଛୋଟ କାଟି ରଖନ୍ତୁ । ଅଧେ ଗୁଆଘିଅରେ ଧୁଆ ହୋଇଥିବା ପନିପରିବା ଲୁଣ ଓ ହଳଦୀ ଗୁଣ୍ଡ ପକାଇ ଭାଜନ୍ତୁ । ଏଗୁଡ଼ିକ ଭାଜି ଅଳ୍ପ ସିଝିଗଲା ପରେ ସେଥିରେ ଦରକାର ଅନୁସାରେ ପାଣି ଦେଇ ତହିଁରେ କୋରା ନଡ଼ିଆ, ମଧୁରିଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଅଧେ ଜିରାଗୁଣ୍ଡ, ଡାଳଚିନି ଗୁଣ୍ଡ, ଧନିଆ ଗୁଣ୍ଡ, ସୋରିଷ ବଟା, ଅଦାଛେଚା ଓ ଚିନି ପକାଇ ସିଝାଇ ଦିଅନ୍ତୁ । ଏଗୁଡ଼ିକ ସିଝିଗଲା ପରେ ଏହାକୁ ତଳକୁ ଓହ୍ଲାଇ ଦିଅନ୍ତୁ । ଅନ୍ୟ ଏକ ପାତ୍ରରେ ଅବଶିଷ୍ଟ ଘିଅ ପକାଇ ଗରମ କରିବେ । ସେହି ଗରମ ଘିଅରେ ବାକି ଜିରା ପକାଇ ଭାଜିବେ । ଏହା ଫୁଟିଲେ ଆଗରୁ ପ୍ରସ୍ତୁତ ଥିବା ସିଝା ପନି ପରିବା ସେଥିରେ ପକାଇବେ । ସେଥିସହିତ ନାଡ଼ି ଓ ଡାଳଚିନି ଗୁଣ୍ଡକୁ ଭଲ କରି ମିଶାଇବେ । ଏଥର ବେସର ପ୍ରସ୍ତୁତ ହୋଇଗଲା ।