Vegetarian

ବେସର

ଉପକରଣ – ଖମ୍ବା ଆଲୁ-୨୦୦ ଗ୍ରାମ୍, ବାଇଗଣ-୧୦୦ଗ୍ରାମ, କଖାରୁ୧୦୦ଗ୍ରାମ, ପୋଟଳ-୧୦୦ଗ୍ରାମ, ଝୁଡ଼ଙ୍ଗ-୫୦ଗ୍ରାମ୍, କନ୍ଦମୂଳ-୫୦ଗ୍ରାମ, ନଡ଼ିଆ ଫାଳେ, ବତୁରାବୁଟ-୧୦୦ଗ୍ରାମ, ଛଣା ନାଡ଼ି-୧୦୦ଗ୍ରାମ୍, ଗୁଆ ଘିଅ-୧୦ ଗ୍ରାମ୍, ଅଦା-୨ ଇଞ୍ଚର ଖଣ୍ଡେ, ଗୋଲମରିଚ ଗୁଣ୍ଡ-୫ ଗ୍ରାମ୍, ମଧୁରୀ ଗୁଣ୍ଡ-୧୦ ଗ୍ରାମ୍, ବଟା ସୋରିଷ-୨୦ ଗ୍ରାମ, ଚିନି-୨୦ ଗ୍ରାମ୍ ଓ ଆବଶ୍ୟକତା ଅନୁସାରେ ଲୁଣ ନେବେ ।

ପ୍ରସ୍ତୁତି – ପ୍ରଥମେ ପରିବା ଗୁଡ଼ିକ ଭଲ ଭାବରେ ଧୋଇ କାଟି ଦିଅନ୍ତୁ । ଘିଅକୁ ଗରମ କରି ସେଥିରେ ବତୁରା ବୁଟ, ପୋଟଳ, ଖମ୍ବଆଳୁ, ବାଇଗଣ, କଖାରୁ, ଝୁଡ଼ଙ୍ଗ ଓ କନ୍ଧମୂଳକୁ ପକାଇ ଭାଜିବେ । ଏଗୁଡ଼ିକ ଅଧା ସିଝା ହୋଇଗଲେ ସେଥିରେ ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ମଧୁରୀ ଗୁଣ୍ଡ, ସୋରିଷ ବଟା, ଅଦା, ଖଣ୍ଡ, ଚିନି ଓ ଲୁଣ ପକାଇ ସେଥିରେ ନଡ଼ିଆ କୋରା ଦେଇ ଡ୍ରାଙ୍କୁଣୀ ଘୋଡ଼େଇ ଦେବେ । ଏଗୁଡ଼ିକ ସିଝାଗଲା ପରେ ଓହ୍ଲାଇ ଦେବେ । ଗରମ ଘିଅରେ ଫୁଟଣ ଫୁଟାଇ ଏହି ସିଝା ପରିବାକୁ ପକାଇ, ସେଥିରେ ଛଣା ନାଡ଼ି, ଡ଼ାଲିଚିନି ଗୁଣ୍ଡ, ଓ ଗୁଆ ଘିଅକୁ ଭଲ ଭାବରେ ମିଶାଇବେ । ବର୍ତମାନ ବେସର ପ୍ରସ୍ତୁତ ହୋଇଗଲା ।

error: Content is protected !!