Vegetarian

ଛଙ୍କା ତରକାରୀ

ଉପକରଣ – ଆଳୁ-୨୦୦ ଗ୍ରାମ, କଖାରୁ-୧୦୦ଗ୍ରାମ୍, କଞ୍ଚା କଦଳୀ-୨ଟା, ଖମ୍ବ ! ଆଲୁ-୫୦ଗ୍ରାମ୍, ବିଲାତି ବାଇଗଣ-୨ଟା, ବଡ଼ି-୨୫ ଗ୍ରାମ, ସଜନା ଛୁଇଁ-୪ଟା, ଜିରା-୧୦ ଗ୍ରାମ୍, ବାଇଗଣ-୧୦୦ଗ୍ରାମ୍, ଅଦା-୧୫ ଗ୍ରାମ୍, ରସୁଣ-୧୫ ଗ୍ରାମ୍, ଧନିଆ -୫ ଗ୍ରାମ, ଶୁଖଲା ଲଙ୍କା-୪ଟି, ଧନିଆ ପତ୍ର-୧ ବିଡ଼ା, ପାଞ୍ଚ ଫୁଟଣ-୧୦ ଗ୍ରାମ, ନେଳି ମଟର- ୨୫ ଗ୍ରାମ୍, ହଳଦି ଗୁଣ୍ଡ-୫ ଗ୍ରାମ୍, ଆବଶ୍ୟକ ଅନୁସାରେ ଲୁଣ ଓ ତେଲ ନେବେ ।

ପ୍ରସ୍ତୁତି – ପ୍ରଥମେ ଆଳୁ, କଖାରୁ, ଖମ୍ବଆଳୁ, ବାଇଗଣ, କଞ୍ଚକଦଳୀ, ବିଲାତି ବାଇଗଣ, ଓ ସଜନା ଛୁଇଁକୁ ଧୋଇ ଛୋଟ ଛୋଟ କାଟି ଦେବେ । ଜିରା, ହଳଦି ଗୁଣ୍ଡ, ଧନିଆ, ଶୁଖଲା ଲଙ୍କା, ଅଦା ଓ ରସୁଣକୁ ଭଲ ଭାବରେ ଚିକ୍କଣ କରି ବାଟିଦେବେ । ଗରମ ତେଲରେ ପାଞ୍ଚ ଫୁଟଣ ଓ ଶୁଖଲା ଲଙ୍କା ଛିଣ୍ଡାଇ ପକାନ୍ତୁ । ଏହା ଫୁଟିଗଲେ ବଟା ମସଲାକୁ ସେଥିରେ ପକାଇ ଭଲ କରି କଷନ୍ତୁ । ଏଥିରେ ଛଣା ପରିବା ଗୁଡ଼ିକ ପକାଇ ପୁଣି କଷନ୍ତୁ । ତା’ପରେ ସେଥିରେ ଆବଶ୍ୟକତା ଅନୁସାରେ ଗରମ ପାଣି ଦେବେ । ପାଣି ଶୁଖିଲା ପର୍ଯ୍ୟନ୍ତ ତରକାରୀକୁ ଘାଣ୍ଡୁଥିବେ । ପାଣି ଶୁଖିଗଲେ ବଢ଼ିକୁ ଭାଜି ଖଣ୍ଡ ଖଣ୍ଡ କରି ତରକାରୀରେ ଗୋଳାଇ ଦେବେ । ତରକାରୀକୁ ତଳକୁ ଆଣି ତା’ଉପରେ କଟା ଧନିଆ ପତ୍ର ବିଛାଇ ଦେବେ । ଏଥର ଛଙ୍କା ତରକାରୀ ପ୍ରସ୍ତୁତ ହୋଇଗଲା । ।

Leave a Reply

error: Content is protected !!