Vegetarian

ଛତୁ ଭଜା

ଉପକରଣ – ଛତୁ-୪୦୦ ଗ୍ରାମ୍, ବେସନ-୨୦୦ ଗ୍ରାମ୍, ଅଦା-୩୦ ଗ୍ରାମ୍, ରସୁଣ – ୧୬ କୋଲା, ଅଜ୍ଵାନ ମଞ୍ଜି-୪ ଗ୍ରାମ, ତେନ୍ତୁଳି-୩୦ ଗ୍ରାମ୍, ଚଣା ଗୁଣ୍ଡ-୨୦ ଗ୍ରାମ୍ , ବାଦାମ ଗୁଣ୍ଡ-୨୦ ଗ୍ରାମ୍, ଚାଉଳ ଗୁଣ୍ଡ-୨୦ ଗ୍ରାମ୍, ଦରକାର ଅନୁସାରେ ଲଙ୍କାଗୁଣ୍ଡ, ହଳଦିଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଖାଇବା ସୋଢ଼ା, ତେଲ ଓ ଲୁଣ ନେବେ ।

ପ୍ରସ୍ତୁତି – ପ୍ରଥମେ ଛତୁକୁ ଧୋଇ ପରିଷ୍କାର କରି ରଖନ୍ତୁ । ବେସନ ଗୋଳାଇ ସେଥିରେ ଅଜ୍ଵାନ ମଞ୍ଜି ଖାଇବା ସୋଢ଼ା, ଲୁଣ ଓ ଗୋଲମରିଚ ଗୁଣ୍ଡ ମିଶାଇ ଭଲ କରି ଫେଣ୍ଟି ରଖନ୍ତୁ । ଏଥିରେ ଆବଶ୍ୟକ ଅନୁସାରେ ପାଣି ମିଶାଇବେ । ବାଦାମ ଗୁଣ୍ଡ, ହଳଦି, ଚଣାଗୁଣ୍ଡ, ଲଙ୍କାଗୁଣ୍ଡ ଓ ଚାଉଳ ଗୁଣ୍ଡକୁ ଏକାଠି ମିଶାଇ ଭଲ କରି ଗୋଳାଇ ରଖନ୍ତୁ । ଏଥିରେ ଛତୁକୁ ମିଶାଇ ଗୋଳାଇ ଫେଣ୍ଟା ଯାଇଥିବା ବେସନରେ ବୁଡ଼ାଇ ଗରମ ତେଲରେ ଭାଜନ୍ତୁ । ବର୍ତ୍ତମାନ ଛତୁ ଭଜା ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!