Vegetarian

ଛେନା ମଟର ତରକାରୀ

ଉପକରଣ- ଛେନା-୫୦୦ ଗ୍ରାମ, ମଟର ଛୁଇଁ ମଞ୍ଜି-୨କପ୍, ପିଆଜ-୪ଟା, କଞ୍ଚାଲଙ୍କା-୪ଟା, ବଟା ଅଦା-ଅଧ ଚାମୁଚ, ବଟା ରସୁଣ ଅଧ ଚାମୁଚ, ଘିଅ-୨କପ, ଦୁଧ-୨କପ, କ୍ରିମ-୪ ଚାମୁଚ, ଦରକାର ଅନୁସାରେ ଲୁଣ ଓ ହଳଦି ନେବେ ।

ପ୍ରସ୍ତୁତି- ମଟର ଛୁଇଁରୁ ମଞ୍ଜି ଛଡ଼ାଇ ରଖନ୍ତୁ । ଚିପୁଡ଼ା ଛେନାକୁ ଛୋଟ ଛୋଟ କରି ଘିଅରେ ଛାଣି ରଖନ୍ତୁ । ଗରମ ଘିଅରେ କଟା ପିଆଜ ପକାଇ ଭାଜନ୍ତୁ । ସେଥିରେ ମସଲା ଏବଂ ମଟର ମଞ୍ଜି ପକାଇ ଭାଜନ୍ତୁ । ମସଲା ଭଲ କରି ଭାଜି ହୋଇଗଲେ ସେଥିରେ ଆବଶ୍ୟକ ଅନୁସାରେ ଲୁଣ ପକାନ୍ତୁ । ଦୁଧ ଏବଂ ହଳଦି ମଧ୍ୟ ସେଥିରେ ପକାନ୍ତୁ । ମଟର ଅଧସିଝା ହୋଇ ଗଲାପରେ ଛଣା ଛେନାକୁ ସେଥିରେ ପକାଇ ଖଡ଼କି ଦିଅନ୍ତୁ । ଏହା ଲଟପଟ ହେଲା ପରେ କାଢ଼ି ଦିଅନ୍ତୁ ଏବଂ ଏଥିରେ କ୍ରିମ୍ ପକାନ୍ତୁ । ଏଥର ଛେନା ମଟର ତରକାରୀ ପ୍ରସ୍ତୁତ ହୋଇଗଲା ।

error: Content is protected !!