Vegetarian

ଫୁଲକୋବି, ବରା

ଉପକରଣ – ଫୁଲକୋବି-୨ଟା, ଚାଉଳ-୧ କପ, ଜିରା-୧ ଚାମୁଚ, ଅଦା ୨ ଇଞ୍ଚିର ଖଣ୍ଡେ, କଞ୍ଚାଲଙ୍କା-୧୦ଟି, ରସୁଣ- ୧୨ କୋଲା, ପିଆଜ-୨ଟା, ତେଲ୨କପ୍, ଆବଶ୍ୟକ ଅନୁସାରେ ଲୁଣ ଓ ହଳଦି ନେବେ ।
ପ୍ରସ୍ତୁତି – ପ୍ରଥମେ ଫୁଲକୋବିକୁ ଛୋଟ ଛୋଟ କାଟି ଦିଅନ୍ତୁ । ଏଥିରେ ଲୁଣ ଓ ହଳଦି ମିଶାଇ ସିଝାଇ ଦିଅନ୍ତୁ । ଚାଉଳକୁ ଆଗରୁ ବତୁରାଇ ରଖନ୍ତୁ । ବତୁରା ଚାଉଳ ସହିତ ଜିରା, ଅଦା, ରସୁଣ ଓ କଞ୍ଚାଲଙ୍କାକୁ ଚିକ୍କଣ କରି ବାଟି ଦିଅନ୍ତୁ । ପିଆଜକୁ ଟିକି ଟିକି କରି କାଟି ରଖନ୍ତୁ । ମସଲା ବଟା, କଟା ପିଆଜ ଓ କୋବି । ସିଝାକୁ ଏକାଠି କରି ଚକଟି ଦିଅନ୍ତୁ । ଗରମ ତେଲ ପାତ୍ରରେ ଏହାକୁ ହାତରେ ବରା ଭଳି ତିଆରି କରି ଭାଜନ୍ତୁ । ବରା ଯେପରି ଗୋଟା ଓ ବଡ଼ ଆକାରରେ ପ୍ରସ୍ତୁତ ନ ହୁଏ ତା’ ପ୍ରତି ଧାନ ରଖନ୍ତୁ । ଏଥର ଫୁଲକୋବି, ବରା ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!