ଜହ୍ନି ଆଳୁ ପୋସ୍ତକ


ଜହ୍ନି ଆଳୁ ପୋସ୍ତକ ଉପକରଣ

– ଜହ୍ନି-୨୫୦ ଗ୍ରାମ୍
-ଆଳୁ-୧୦୦ ଗ୍ରାମ୍
-କାଜୁ-୫୦ ଗ୍ରାମ୍
-ପୋସ୍ତକ-୨୫ ଗ୍ରାମ୍
– କଳା ଜିରା 1/2
ଶୁଖଲା ଲଙ୍କା-୨ଟି
ରସୁଣ-୪କୋଲା
ଜିରା-ଅଧ ଚାମୁଚ
ପିଆଜ-୧ଟା
ତେଲ-୧୫ ଗ୍ରାମ୍ ଓ ସ୍ବାଦ ଅନୁସାରେ ଲୁଣ ନେବେ ।


ପ୍ରସ୍ତୁତି – ଆଳୁ ଓ ଜହ୍ନିକୁ ପ୍ରଥମେ ଧୋଇ ଜହ୍ନିରୁ ଚୋପା ଓ ଶିରା କାଟି ଦିଅନ୍ତୁ । ଏହା ପରେ ଆଳୁ ଓ ଜହ୍ନିକୁ ଛୋଟ ଛୋଟ ଆକାରରେ କାଟି ରଖନ୍ତୁ । ପୋସ୍ତକ, ଲଙ୍କା, କାଜୁ ଓ ରସୁଣକୁ ଏକାଠି ବାଟି ଦିଅନ୍ତୁ । ଗରମ ତେଲରେ କଳା ଜିରା,କଟା ପିଆଜ ଓ ଜିରା ପକାଇ ଭଲ କରି ଭାଜି ଦିଅନ୍ତୁ । ତା’ପରେ ଏଥିରେ ଆଳୁ ଓ ଜହ୍ନି ପକାଇ ଭାଜନ୍ତୁ । କିଛି ସମୟ ପରେ ବଟା ମସଲା ଓ ଲୁଣ ପକାଇ ଭଲ କରି ଗୋଳାଇ ଦିଅନ୍ତୁ । ଜହ୍ନିରୁ ପାଣି ବାହାରି ଶୁଖୁଗଲେ ଏବଂ ଆଳୁ ସିଝିଗଲେ ଏହାକୁ ତଳକୁ ଓହ୍ଲାଇ ଦିଅନ୍ତୁ । ଏଥର ଜହ୍ନି ଆଳୁ ପୋସ୍ତକ ପ୍ରସ୍ତୁତ ହୋଇଗଲା । (ପୋସ୍ତକ ବଦଳରେ ଚାରୁ ମଗଜ ମଧ୍ୟ ବ୍ୟବହାର କରିପାରିବେ ) ।

ADVERTISEMENT

Recent Posts

Archives

Categories