Vegetarian

କାଗେଜି ଲେମ୍ବୁ ରାଇସ

ଉପକରଣ – ସରୁ ଅରୁଆ ଚାଉଳ-ଅଢ଼େଇ କପ, କାଗେଜି ଲେମ୍ବୁ-୧ଟା, ମେଥି ପାଉଡ଼ର-1/8 ଚାମୁଚ, ରିଫାଇନ୍ ତେଲ-‘4କପ, ବୁଟ ଡାଲି-୩ ଚା’ ଚାମୁଚ, ସୋରିଷ-1/8 ଚାମୁଚ, ଭୂସୁଙ୍ଗା ପତ୍ର-୭ଟା, ଶୁଖିଲା ଲଙ୍କା-୫ଟା, ହେଙ୍ଗୁ-୧ଟା ଛୋଟ (ବୁଟ, ଡାଲି ସାଇଜର), ଦରକାର ମୁତାବକ ଲୁଣ ଓ ହଳଦି ନେବେ

ପ୍ରସ୍ତୁତି – ଲେମ୍ବୁରସ ବାହାର କରି ଅଲଗା ରଖନ୍ତୁ । ଯେତିକି ରସ ସେତିକି ପାଣି ମିଶାଇ ଛାଣି ରଖନ୍ତୁ । ରିଫାଇନ ଗରମ ତେଲରେ ସୋରିଷ ଫୁଟାନ୍ତୁ । ସୋରିଷ ଫୁଟିଗଲେ।ସେଥିରେ ଚୁଟ ଡ଼ାଲି ଓ ଛୋଟ ଛୋଟ ଖଣ୍ଡ ଲଙ୍କାକୁ ପକାଇ ଭାଜନ୍ତୁ । ଏହା ସବୁ ଲାଲ ହୋଇ ଆସିଲେ । ସେଥିରେ ହେଙ୍ଗୁ, ହଳଦି ପାଉଡ଼ର, ମେଥି ପାଉଡ଼ର, ଲୁଣ ଓ ଭୂସୁଙ୍ଗା ପତ୍ର ପକାଇ ଭାଜିଦେବେ । ଏସବୁ ଭାଜି ସେଥିରେ ଭାତ ପକାଇ ଦେବେ ଭାତକୁ ଭାଜିବେ । ଭାତରୁ ପାଣି ଅଂଶ ମରିଗଲେ ଏବଂ ଭାତ ଗୋଟି ଗୋଟି ହୋଇଗଲେ ପାତ୍ରକୁ ତଳକୁ ଓହ୍ଲାଇ ସେଥିରେ ଲେମ୍ବୁରସ ପକାଇ ଭଲ କରି ଗୋଳାଇ ଦେବେ । ଏଥର କାଗେଜି ଲେମ୍ବୁ ରାଇସ୍ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!