Vegetarian

କଲରା ଚପ୍

ଉପକରଣ – ବଡ଼ ବଡ଼ କଲରା- ୪ଟି, ସିଝା ଆଳୁ-୧ଟି (ବଡ଼), ବଟା ଅଦା ଓ ରସୁଣ-୧ ଚାମୁଚ, କଟା ପିଆଜ-୨ ଚାମୁଚ, ଲଙ୍କା ଓ ଜିରା-ଅଧ ଚାମୁଚ, ବେସନ-୧ କପ, ଦରକାର ଅନୁସାରେ ଖାଇବା ସୋଢ଼ା, କଳାଜିରା, ଜୁଆଣୀ, ଲୁଣ, ହଳଦି ଗୁଣ୍ଡ ଓ ତେଲ ନେବେ ।

ପ୍ରସ୍ତୁତି –ପ୍ରଥମେ କଲରା ଗୁଡ଼ିକ ଧୋଇ ମଝିରୁ ଚିରି ଦେବେ । ଏହା ଯେପରି ଗୋଟା ହୋଇ ରହିଥିବ ସେଥିପ୍ରତି ଦୃଷ୍ଟି ଦେବେ । ଲୁଣ ହଳଦି ମିଶାଇ କଲରା ଗୁଡ଼ିକୁ ସିଝାଇ ଦେବେ । ଏହାକୁ ଥଣ୍ଡା କରି ତା’ମଧରୁ ମଞ୍ଜିତକ ବାହାର କରି ଦେବେ । ସିଝା ଆଳୁରୁ ଚୋପା ଛଡ଼ାଇ ଚକଟି ଦେବେ । ଗରମ ତେଲରେ ପିଆଜ ଭଲ ଭାବେ ଭାଜି, ବଟା ମସଲା ଦେଇ କଷିବେ । ସେଥିରେ ଲଙ୍କାଗୁଣ୍ଡ ଓ ଲୁଣ ମଧ ଭଲ କରି ମିଶାଇବେ ।କଲରା ଭିତରେ ଏହି ଆଳୁ ମସଲାକୁ ଥଣ୍ଡା କରି ପୁରାଇବେ । ବେସନରେ ଖାଇବା ସୋଢ଼ା, ଜୁଆଣୀ, ଲୁଣ, କଳାଜିରା ଓ ଆବଶ୍ୟକ ପରିମାଣରେ ପାଣି ମିଶାଇ ମିଶ୍ରଣ ପ୍ରସ୍ତୁତ କରିବେ । ଏଥିରେ ଆଳୁ ମସଲା ଯୁକ୍ତ କଲରାକୁ ବୁଡ଼ାଇ ଗରମ ତେଲରେ ଛାଣିବେ । ଏଥର କଲରା ଚପ୍ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!