Vegetarian

କଞ୍ଚା କଦଳୀ ଚପ୍

ଉପକରଣ – କଞ୍ଚା କଦଳୀ-୪ଟି, ଆଳୁ -୨ ଟି, ପିଆଜ-୨ ଟି, ଆବଶ୍ୟକ ପରିମାଣରେ ଲୁଣ, ତେଲ, ବେସନ, ଖାଇବା ସୋଢ଼ା, କଳାଜିରା ଓ ଧନିଆ ପତ୍ର ନେବ ।

ପ୍ରସ୍ତୁତି – ପ୍ରଥମେ କଦଳୀକୁ ଧୋଇ ତାହାର ଦୁଇପଟ ଅଂଶକୁ କାଟି ଦେବେ । ତା’ପରେ କଦଳୀକୁ ୨ ଖଣ୍ଡ କରି ଚୋପା ଛଡ଼ାଇ ଦେବେ । ବର୍ତମାନ କଦଳୀ ଓ ଆଳୁକୁ ସିଝାଇ ଦେବେ । ତା’ପରେ ଆଳୁରୁ ଚୋପା ଛଡ଼ାଇ ଦେବେ । ପିଆଜ, ଲଙ୍କା ଓ ଧନିଆ ପତ୍ରକୁ ଛୋଟ ଛୋଟ କରି କାଟିଦେବେ । ଏଥିରେ ସିଝା ଆଳୁ ଓ କଦଳୀ ଚକଟାକୁ ପକାଇ ଭଲ କରି ଭାଜି ଦେବେ । ବେସନରେ ଲୁଣ, କଳାଜିରା, ଖାଇବା ସୋଢ଼ା ଓ ଆବଶ୍ୟକ ପରିମାଣର ପାଣି ଦେଇ ବହଳିଆ ମିଶ୍ରଣ ପ୍ରସ୍ତୁତ କରିବେ । ଭଜା କଦଳୀ ଓ ଆଳୁକୁ ଗୋଲ ଗୋଲ କରି ରସଗୋଲା ପରି ପ୍ରସ୍ତୁତ କରିବେ । ଏହାକୁ ବେସନରେ ବୁଡ଼ାଇ ଗରମ ତେଲରେ ଛାଣିବେ । ଏଥର କଦଳୀ ଚପ୍ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!