Vegetarian

ଲେଉଟିଆ ଶାଗ

ଉପକରଣ- ଲେଉଟିଆ ଶାଗ-୨ବିଡ଼ା, ବଡ଼ି-୫୦ଗ୍ରାମ୍, ଫୁଟଣ-୧ ଛୋଟ ଚାମୁଚ, ଶୁଖିଲା ଲଙ୍କା-୨ଟା, ତେଲ-୨ ଚାମୁଚ, ନଡ଼ିଆ କୋରା-ଅଧ କପ, ବାଇଗଣ-୧ଟା ଓ ଆବଶ୍ୟକ ଅନୁସାରେ ଲୁଣ ନେବେ ।
ପ୍ରସ୍ତୁତି-ପ୍ରଥମେ ଶାଗକୁ ବାଛି ଭଲ ଭାବରେ ଧୋଇ ପାଣି ଛାଣି ଛୋଟ ଛୋଟ କାଟି ଦେବେ । ବଡ଼ିକୁ ଭାଜି ରଖିବେ । ଗରମ ତେଲ କରେଇରେ ଫୁଟଣ ଓ ଲଙ୍କା ପକାଇ ଫୁଟାନ୍ତୁ । ଫୁଟଣ ଫୁଟିଗଲେ। ସେଥିରେ ବାଇଗଣକୁ ଛୋଟ ଛୋଟ କାଟି ଶାଗ ସହିତ ପକେଇ ଘୋଡ଼େଇ ଦିଅନ୍ତୁ । ଶାଗ ଓ ବାଇଗଣ ଦରଦର ସିଝିଗଲେ ସେଥିରେ ବଢ଼ି ଚୁରା ଓ କୋରା ନଡ଼ିଆ ପକେଇ ଭଲ ଭାବରେ ଘାଣ୍ଟି ଦିଅନ୍ତୁ । ଶାଗ ଭାଜି ହୋଇଗଲେ ଓହ୍ଲାଇ ଦେବେ । ଏଥର ଲେଉଟିଆ ଶାଗ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!