Vegetarian

ମସଲା ଦିଆ ବାଇଗଣ ଭଜା

ଉପକରଣ – ଭଲ ବାଇଗଣ-ଅଧ କିଲୋ, ବେସନ-୧୦୦ଗ୍ରାମ, ଜୁଆଣୀ୨୦ ଗ୍ରାମ୍, ଜିରା-୧୦ ଗ୍ରାମ୍, ଦହି-୧୦୦ଗ୍ରାମ୍, ହଳଦି-୧୦ ଗ୍ରାମ, ଲଙ୍କାଗୁଣ୍ଡ-୧ ଚାମୁଚ, କର୍ଣ୍ଣଫ୍ଲୋର-୨୦ ଗ୍ରାମ, ଆବଶ୍ୟକ ଅନୁସାରେ ଲୁଣ ଓ ତେଲ ନେବେ ।

ପ୍ରସ୍ତୁତି – ପ୍ରଥମେ ବାଇଗଣକୁ ଧୋଇ ପରିଷ୍କାର ଭାବେ ପୋଛି ଦିଅନ୍ତୁ । ବର୍ତ୍ତମାନ ବାଇଗଣକୁ ଗୋଲ ଗୋଲ ଓ ସରୁ ସରୁ କରି କାଟି ଦିଅନ୍ତୁ । ତାପରେ ବେସନ, ଦହି, ହଳଦି, ଲଙ୍କାଗୁଣ୍ଡ, ଜୁଆଣୀ, ଜିରା, ଲୁଣ, ଓ କର୍ଣ୍ଣଫ୍ଲୋରକୁ ଭଲ ଭାବରେ ଫେଣ୍ଟି ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଦରକାର ହେଲେ ଏଥିରେ ଆବଶ୍ୟକ ଅନୁଯାୟୀ ପାଣି ମିଶାଇ ପାରିବେ । ଗରମ ତେଲ ପାତ୍ରରେ ବାଇଗଣକୁ ଏହି ମିଶ୍ରଣରେ ଭଲ କରି ବୁଡ଼ାଇ ଭାଜି ଦିଅନ୍ତୁ । ଏହାକୁ ସରୁ ସରୁ କଟା ପିଆଜ ସହିତ ମଧ୍ୟ ପରିବେଷଣ କରି ପାରନ୍ତି ।

Leave a Reply

error: Content is protected !!