Vegetarian

ମସଲାଯୁକ୍ତ ଛଚିନ୍ଦ୍ରା ଭଜା

ଉପକରଣ – ଛଚିନ୍ଦ୍ରା-୮ଟା, ଆଲୁ-୪ଟି, ସୋରିଷ ତେଲ-୬ଚାମୁଚ, ରସୁଣ – ୧୪କୋଲା, କଞ୍ଚାଲଙ୍କା-୫୦ଗ୍ରାମ୍, ଆବଶ୍ୟକ ପରିମାଣରେ ଲୁଣ, ହଳଦି ଓ ତେଲ ନେବେ

ପ୍ରସ୍ତୁତି – ପ୍ରଥମେ ଛଚିନ୍ଦ୍ରା ଧୋଇ ସେଥିରୁ ଚୋପା ବାହାର କରିଦିଅନ୍ତୁ । ଏହାକୁ ଗୋଲ ଗୋଲ ଛେଟ ଛୋଟ ଖଣ୍ଡରେ କାଟି ରଖନ୍ତୁ । ଏହାକୁ ଲୁଣ ଓ ହଳଦୀ ପାଣିରେ ସିଝାଇ ରଖନ୍ତୁ । ସିଝିଗଲା ପରେ ଥଣ୍ଡା କରି ରଖନ୍ତୁ । ପୁର ପାଇଁ ଆଳୁ ଦୁଇଟି ସିଝାଇ ଚକଟି ଦିଅନ୍ତୁ । ରସୁଣ, କଞ୍ଚାଲଙ୍କା ଓ – ସୋରିଷକୁ ମିଶାଇ ବାଟି ଆଳୁ ଚକଟା ସହି ଭଲ କରି ଗୋଳେଇ ଚକଟି ଦିଅନ୍ତୁ । – ଆବଶ୍ୟକ ପରିମାଣରେ ଲୁଣ ଏଥିରେ ପକାନ୍ତୁ । ଛଚିନ୍ଦ୍ରାରେ ପ୍ରସ୍ତୁତ ପୁର ଭର୍ଭିକରି ଏହାକୁ ତେଲରେ ତଳ ଉପର କରି ଭାଜନ୍ତୁ । ଭଜା ବାଦାମୀ ରଙ୍ଗ ହୋଇଗଲେ କାଢ଼ି ଦିଅନ୍ତୁ । ଏଥର ମସଲାଯୁକ୍ତ ଛଚିନ୍ଦ୍ରା ଭଜା ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!